ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ମୋଷ୍ଟ୍ ଫ୍ୟାସନେବଲ୍ ବୟ ଭାବେ ପରିଚିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଯାଇଛି ନୂଆ ପ୍ରେମିକା। ପ୍ରେମିକା ଜଣଙ୍କ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ଏଲି ଅବରାମ୍।

ଭାରତୀୟ କ୍ରିକେଟ୍‌ ଦଳର ଫ୍ୟାସନେବଲ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବଲିଉଡ୍‌ ଅଭିନେତ୍ରୀ ଏଲି ଆବ୍ରାହାମଙ୍କ ପ୍ରେମରେ ପାଗଳ।

ଗତ କିଛି ଦିନ ହେବ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି। ପ୍ରେମିକା ଏଲିଙ୍କୁ ଲୁଚିଛପି ଦେଖା ସାକ୍ଷାତ କରୁଥିଲେ ଏଲି ଓ ପାଣ୍ଡ୍ୟା। ଏବେ କିନ୍ତୁ ଖୋଲମଖୋଲା ବୁଲୁଥିବାର ଦେଖାଯାଉଛି।

ଉଭୟଙ୍କୁ ନିୟମିତ କେତେକ ରେଷ୍ଟୁରାଣ୍ଟରେ ଏକାଠି ରାତ୍ର ଭୋଜନ କରୁଥିବାର ଦେଖିବାକୁ ମିଳୁଛି।

ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲଙ୍କ ବାହାଘରରେ ଏଲି ଅବରାମ୍ ମଧ୍ୟ ସାମିଲ ହୋଇଥିଲେ। ଏପରିକି ନିକଟରେ ପାଣ୍ଡ୍ୟା ମୁମ୍ବାଇରୁ ବରୋଦା ଯାଉଥିଲା ବେଳେ ଏଲି ତାଙ୍କୁ ଛାଡ଼ିବା ଲାଗି ବିମାନ ବନ୍ଦର ପର୍ଯ୍ୟନ୍ତ ଆସିଥିଲେ।

ଏଲି ସ୍ୱିଡେନର ବାସିନ୍ଦା ହୋଇଥିଲା ବେଳେ ମୁମ୍ବାଇରେ ରହି ଜଣେ ସଫଳ ବଲିଉଡ ନାୟିକା ହେବା ପାଇଁ ସଂଘର୍ଷ କରୁଛନ୍ତି। ବିଗ୍ ବସ୍‌ ଜରିଆରେ ପ୍ରଥମେ ଲୋକଲୋଚନକୁ ଆସିଥିଲେ ଏଲି।

ପୂର୍ବରୁ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନାମ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ସହ ଯୋଡ଼ାଯାଉଥିଲା। କିନ୍ତୁ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କହିଥିଲେ ପରିଣିତି।

Comment