ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ପେସ୍ ବୋଲର ମହମ୍ମଦ ସାଦିଙ୍କ ବ୍ୟକ୍ତିଗତ ଜୀବନରେ ଆସିଛି ‘ହସିନ’ ଝଡ଼। ଏହି ଝଡ଼ ଦିନକୁଦିନ ଉଗ୍ରରୂପ ଧାରଣ କରି ସାମିଙ୍କ କ୍ରିକେଟ୍ କ୍ୟାରିୟରକୁ ବରବାଦ୍ କରିଦେବାକୁ ବସିଛି।

ପତ୍ନୀ ହାସିନ ଜହାଁଙ୍କ ଗୁରୁତର ଅଭିଯୋଗକୁ ସମ୍ମୁଖୀନ ହୋଇଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ବିବାଦୀୟ ପରିସ୍ଥିତି ଦେଇ ସମୟ ଗତି କରୁଛନ୍ତି।

ପତ୍ନୀ ହସିନ୍ ସାମିଙ୍କ ବିରୋଧରେ ଆଣିଥିବା ମ୍ୟାଚ୍ ଫିକ୍ସିଙ୍ଗ କନେକସନ୍ ଉପରୁ ପରଦା ଉଠାଇଛନ୍ତି ସାମିଙ୍କ ପାକିସ୍ତାନୀ ଗର୍ଲଫ୍ରେଣ୍ଡ ଆଲିଶବା।

ଆଲିଶବା ଦୁବାଇର ଏକ ହୋଟେଲରେ ସାମିଙ୍କୁ ଭେଟିଥିବା ସ୍ୱୀକାର କରିଛନ୍ତି। ସାମିଙ୍କ ପତ୍ନୀ ହାସିନ ଜହାଁ ମ୍ୟାଚ୍‌ ଫିକ୍ସିଙ୍ଗ୍‌ ନେଇ ଅଭିଯୋଗ ଆଣିଥିବା ବେଳେ ଆଲିଶବା ଏହାକୁ ଖଣ୍ଡନ କରିଛନ୍ତି।

“ସେ ଦୁବାଇର ଏକ ହୋଟେଲରେ ସାମିଙ୍କୁ ଏକ ଘଣ୍ଟା ପାଇଁ ସାକ୍ଷାତ କରିଥିଲେ। ଇଦ୍‌ ଅବସରରେ ସାମିଙ୍କୁ ମ୍ୟାସେଜ୍‌ କରିଥିଲେ, ପ୍ରତିକ୍ରିୟା ପାଇଥିଲେ। ମ୍ୟାଚ୍‌ ସମୟରେ ସାମିଙ୍କ ପାକିସ୍ତାନୀ ସମର୍ଥକଙ୍କ ସହିତ ବିବାଦ ହୋଇଥିଲା। ଏହା ପରେ ମଧ୍ୟ ସେ ସାମିଙ୍କୁ ମ୍ୟାସେଜ କରୁଥିଲେ। ଜୁନ୍‌ରେ ସାମିଙ୍କ ତରଫରୁ ଜବାବ ଆସିବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଜଣେ ବନ୍ଧୁ ହିସାବରେ ସାମିଙ୍କୁ ସେ ପସନ୍ଦ କରନ୍ତି। ବନ୍ଧୁ ଭାବରେ ସାମିଙ୍କୁ ସେ ସମ୍ମାନ ମଧ୍ୟ କରନ୍ତି। ଯଦି ଯାଞ୍ଚ କରିବାର ଅଛି, ତାହା କରାଯାଉ। ଏଥିରେ କୌଣସି ଅସୁବିଧା ନାହିଁ। ବନ୍ଧୁତ୍ୱକୁ ଫିକ୍ସିଙ୍ଗ ସହିତ ଯୋଡ଼ା ନଯାଉ”, କହିଛନ୍ତି ଆଲିଶବା।

ଗତ ମାର୍ଚ୍ଚ ୮ରେ ପତ୍ନୀ ହାସିନ ଜହାଁ ଫେସବୁକ୍‌ ପୋଷ୍ଟ ଲେଖିବା ସହିତ ସାମିଙ୍କର ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ସମ୍ପର୍କ ରହିଛି ବୋଲି ଅଭିଯୋଗ ଆଣିଥିଲେ।

ସେ ସାମିଙ୍କ ହ୍ଵାଟସ୍‌ଅପ୍‌ ଓ ଫେସ୍‌ବୁକ୍‌ ମ୍ୟାସେଜ୍‌ ଚାଟର ସ୍ନାପସର୍ଟ ସେୟାର କରିଥିଲେ।

Comment