ଓଡ଼ିଶାଲାଇଭ୍‌  ବ୍ୟୁରୋ

  • ୪ଦଫା ଦାବିରେ ଆନ୍ଦେଳନରେ ବସିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ
  • ମାଟ୍ରିକ ଖାତା ମୂଲ୍ୟାୟନକୁ ବର୍ଜନ
  • ଆନ୍ଦୋଳନରତ ଶିକ୍ଷକଙ୍କ ବିରୋଧରେ କଡ଼ା ପଦକ୍ଷେପ
  • ଆଜିଠୁ ମାଟ୍ରିକ ଖାତା ମୂଲ୍ୟାଙ୍କନ
  • ଧାରଣାରତ ୬ହଜାର ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ସ୍ଥାନରେ ଖାତା ଦେଖିବାକୁ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତ

ବିଭିନ୍ନ ଦାବି ନେଇ ଧାରଣାରେ ବସିଥିବା ଶିକ୍ଷକମାନଙ୍କୁ ଜୋର ଜବରଦସ୍ତ ଧାରଣାରୁ ଉଠାଇବାକୁ ପ୍ରୟାସ କରିଛି ପୋଲିସ। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସାମ୍ନାରୁ ଆନ୍ଦୋଳନରତ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ହଟାଇ ଦେଇଛି ପୋଲିସ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ଭଳି ୪ଦଫା ଦାବିରେ ମାଟ୍ରିକ ଖାତା ମୂଲ୍ୟାୟନକୁ ବର୍ଜନ କରି ବ୍ଲକଗ୍ରାଣ୍ଟ୍ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ।

ସରକାର ସେମାନଙ୍କ ଦାବି ପୂରଣ କରିବା ସହ କେତେକ ନୂଆ ସର୍ତ୍ତ ରଖିଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆନ୍ଦୋଳନରତ ଶିକ୍ଷକ। ଏଥିପାଇଁ ମାଟ୍ରିକ୍ ଖାତା ମୂଲ୍ୟାଙ୍କନ କରିବେ ନାହିଁ ବୋଲି ଧମକ ଦେଇଥିଲେ। ଯାହାକୁ ପାଳନ ମଧ୍ୟ କରିଛନ୍ତି ଆନ୍ଦୋଳନରତ ଶିକ୍ଷକ। ସରକାର କିନ୍ତୁ ଆନ୍ଦୋଳନରତ ଶିକ୍ଷକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି।

ମଙ୍ଗଳବାରଠାରୁ ମାଟ୍ରିକ୍ ଖାତା ମୂଲ୍ୟାଙ୍କନ ଆରମ୍ଭ ହୋଇଥିବାବେଳେ ସରକାର ଧାରଣାରତ ୬ହଜାର ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ସ୍ଥାନରେ ଖାତା ଦେଖିବାକୁ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି।

“ପିଲାଙ୍କ ଖାତା ଦେଖିବା ସରକାରଙ୍କର ପ୍ରାଥମିକ ଦାୟିତ୍ୱ। ତେଣୁ ଯେମିତି ହେଲେ ବି ଠିକ୍ ସମୟରେ ଖାତା ଦେଖା ଶେଷ ହେବ ଏବଂ ଉଚିତ୍ ସମୟରେ ପରୀକ୍ଷା ରେଜଲ୍ଟ ବାହାରିବ।ତେଣୁ ସରକାରୀ ସ୍କୁଲର ୨୦ହଜାର ଶିକ୍ଷକଙ୍କୁ ନେଇ ଆରମ୍ଭ କରିଛନ୍ତି ଖାତା ଦେଖା,” କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ରାଜ୍ୟର ୫୭ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖିବାକୁ ବ୍ୟବସ୍ଥା କରାଯାଇଛି । ଖାତା ଦେଖିବାକୁ ୧୪ହଜାର ଶିକ୍ଷକ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ହଜାର ଶିକ୍ଷକ ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here