ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଘଟିଥିବା ବଲ ଟାମ୍ପରିଂ ଘଟଣା କ୍ରିକେଟ୍‌କୁ କଳଙ୍କିତ କରିଛି। ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ଓପନର୍‌ କାମେରନ୍ ବାନ୍‌କ୍ରଫ୍ଟ ବଲ୍‌ ଟାମ୍ପରିଂ କରିଥିବା ଘଟଣା ସାମ୍ନାକୁ ଆସିବାରେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବଲ ଟାମ୍ପରିଂର ଇତିହାସ

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଥର ୧୯୭୭ ମସିହାରେ ବଲ୍‌ ବିକୃତିକରଣ କଳଙ୍କ ଲାଗିଥିଲା। ସେଥର ଇଂଲଣ୍ଡ ବିପକ୍ଷରେ ଭାରତ ଏଭଳି ଅଭିଯୋଗ ଆଣିଥିଲା। ମୋଟ ଉପରେ ଦେଖିଲେ ବିଗତ ୪୨ ବର୍ଷରେ ୧୨ ଥର ଏଭଳି ଘଟଣା ଘଟିଛି। ପାକିସ୍ତାନ ନାମରେ ଏଭଳି କଳଙ୍କ ସର୍ବାଧିକ ୫ ଥର ଲାଗିଛି।

୧୯୯୭ ମସିହା
୧୯୯୭ ମସିହାରେ ଚେନ୍ନାଇ ଟେଷ୍ଟ୍‍ରେ ଇଂଲିସ୍‌ ଦ୍ରୁତ ବୋଲର ଜନ୍‌ ଲେଭର୍‌ ବଲ୍‌ରେ ଭେସଲିନ ଲଗାଉଥିବାର ଅଭିଯୋଗ ଆଣିଥିଲେ ଭାରତୀୟ ଅଧିନାୟକ ବିଶେନ୍‌ ସିଂହ ବେଦୀ। କିନ୍ତୁ ଏହି ଅଭିଯୋଗ ପ୍ରମାଣିତ ହୋଇପାରି ନଥିଲା।

୧୯୯୨ ମସିହା
୧୯୯୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‍ରେ ପାକିସ୍ତାନୀ ଖେଳାଳି ଓ୍ଵାକର୍‌ ୟୁନୁସ୍‌ ଏବଂ ଓ୍ଵାସିମ୍‌ ଆକ୍ରମଙ୍କ ନାମରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ପ୍ରମାଣିତ ହୋଇପାରିନଥିଲା।

୨୦୦୦ ମସିହା
୨୦୦୦ ମସିହାରେ ପାକିସ୍ତାନର ଓ୍ଵାକର୍‌ ୟୁନୁସ୍‌ ବିଶ୍ୱର ପ୍ରଥମ ବୋଲର ଭାବେ ବଲ୍‌ ବିକୃତିକରଣ ଅଭିଯୋଗରେ ନିଲମ୍ବିତ ହୋଇଥିଲେ। କଲମ୍ବୋରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଏହି ଘଟଣା ଘଟିଥିଲା। ଅଧିନାୟକ ମୋଇନ୍‌ ଖାନ ଏବଂ ଅଲରାଉଣ୍ଡର୍‌ ଆଝାର୍‌ ମେହମ୍ମୁଦଙ୍କ ମ୍ୟାଚ୍‌ ପାଉଣା ୩୦ ପ୍ରତିଶତ କଟାଯାଇଥିଲା।

୨୦୦୨ ମସିହା
୨୦୦୨ ମସିହାରେ ହରାରେ ଟେଷ୍ଟ୍‍ରେ ପାକିସ୍ତାନର ସୋଏବ୍‌ ଅଖରତ୍‌ ଦାନ୍ତରେ ବଲ୍‌କୁ ବିକୃତ କରୁଥିବାର ଅଭିଯୋଗ ଲାଗିଥିଲା।
୨୦୦୪ ମସିହାରେ ବ୍ରିସ୍‌ବେନରେ ଜିମ୍ବାୱେ ବିପକ୍ଷ ଦିନିକିଆରେ ଭାରତର ରାହୁଲ ଦ୍ରାବିଡ଼ ବଲ୍‌ରେ ଜେଲି ଲଗାଇଥିବା ଅଭିଯୋଗ ଆସିଥିଲା। ମ୍ୟାଚ୍‌ ରେଫରି କ୍ଲାଇବ୍‌ ଲୟଡ଼ ତାଙ୍କ ଉପରେ ଜରିମାନା କରିଥିଲେ।

୨୦୧୦ ମସିହା
୨୦୧୦ ମସିହାରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସାହିଦି ଆଫ୍ରିଦି ବଲ୍‌କୁ ଜାଣିଶୁଣି ଘସିବାରୁ ତାଙ୍କ ଉପରେ ଦୁଇଟି ଟି-୨୦ ମ୍ୟାଚ୍‌ ନିଲମ୍ବନ ଲାଗୁ ହୋଇଥିଲା।

ବଲ ଟାମ୍ପରିଂ ଅଭିଯୋଗ କିଛି ନିର୍ଦ୍ଦିଷ୍ଟ ଖେଳାଳିଙ୍କ ଉପରେ ଆସିଥିଲା।

ଫାପ୍ଡୁ ପ୍ଲେସିସ୍
ଦକ୍ଷିଣ ଆଫ୍ରିକାର ବର୍ତ୍ତମାନର ଅଧିନାୟକ ଫାପ୍‌ ଡୁ ପ୍ଲେସିସ  ବାଦ୍‌ ପଡ଼ିନଥିଲେ। ବଲ୍‌ରେ ପାଟିରୁ ଲାଳ ମିଶ୍ରିତ ଚୁଇଗମ୍‌ ଭଳି ସାମଗ୍ରୀ ଲଗାଉଥିବା ଦେଖାଯାଉଥିଲା। ଅଷ୍ଟ୍ରେଲିଆ ଅଭିଯୋଗ କରିନଥିଲେ ମଧ୍ୟ ଆଇସିସି ନିଜ ଆଡୁ ଫାପ୍‌ ଡୁ ପ୍ଲେସିସ୍‌ଙ୍କ ଉପରେ ୧୦୦ ପ୍ରତିଶତ ମ୍ୟାଚ୍‌ ପାଉଣା କାଟିବାର ଦଣ୍ଡ ଲଦିଥିଲା। । ୨୦୧୪ରେ ମଧ୍ୟ ଆଉଜଣେ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ‘ଫିଲେଣ୍ଡର’ ବଲ୍‌ ଟାମ୍ପରିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।  ବିଗତ ୫ ବର୍ଷ ଭିତରେ ଦକ୍ଷିଣ ଆଫ୍ରିକା ଖେଳାଳି ୩ ଥର ଏଭଳି କଳଙ୍କିତ ଅଧ୍ୟାୟରେ ଯୋଡ଼ି ହୋଇଛନ୍ତି।

ସଚିନ ତେନ୍ଦୁଲକର
ଭାରତୀୟ କ୍ରିକେଟ୍‌ରେ ଈଶ୍ୱର ଭାବେ ପରିଚିତ ମହାନ ଖେଳାଳି ସଚିନ ତେନ୍ଦୁଲକର ବି ଏଭଳି କଳଙ୍କଠାରୁ ଦୂରେଇ ଯାଇ ନ ଥିଲେ। ୨୦୦୧ ମସିହାରେ ପୋର୍ଟ ଏଲିଜାବେଥ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ବଲ୍‌ର ସିମ୍‌କୁ ସଚିନ୍‌ ବିକୃତ କରୁଥିବା ନଜରକୁ ଆସିଥିଲା। ଟେଲିଭିଜନ୍‌ ଫୁଟେଜ୍‌ରେ ଏହା ପ୍ରମାଣିତ ହୋଇଥିଲା। ବାସ୍ତବରେ ବଲ୍‌ ସିମ୍‌ରୁ ସେ ଗୁଣ୍ଡ ଘାସ କାଢ଼ୁଥିଲେ। ତେବେ ମ୍ୟାଚ୍‌ ରେଫରି ମାଇକ୍‌ ଡେନିସ୍‌ ସଚିନଙ୍କ ଉପରେ ଗୋଟିଏ ମ୍ୟାଚ୍‌ ନିଲମ୍ବନ ଲାଗୁ କରିଥିଲେ।

ମାଇକ୍ଆଥରଟନ୍
ତତ୍‌କାଳୀନ ଇଂଲଣ୍ଡ ଅଧିନାୟକ ମାଇକ୍‌ ଆଥର୍‌ଟନ ନିଜ ପକେଟରୁ କିଛି କାଢ଼ି ବଲ୍‌ ବିକୃତ କରିବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ସେ ଏହାକୁ ଅସ୍ୱୀକାର କରିଥିଲେ। ସେ କିନ୍ତୁ ନିଜ ହାତକୁ ଶୁଖାଇବା ପାଇଁ ପକେଟରୁ କିଛି କାଢ଼ୁଥିବା କଥା କହିଥିଲେ। ତାଙ୍କ ନାମରେ ବଲ୍‌ ବିକୃତି ଅଭିଯୋଗ ହୋଇନଥିଲା, କିନ୍ତୁ ୨,୦୦୦ ଡଲାର ଜରିମାନା ଲାଗୁ କରାଯାଇଥିଲା। ଇସ୍ତଫା ଦେବାକୁ ବହୁ ଦାବି ହୋଇଥିଲେ ମଧ୍ୟ ଆଥର୍‌ଟନ୍‌ ୧୯୯୮ ମସିହା ପର୍ଯ୍ୟନ୍ତ ଦେଶର ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱରେ ରହିଥିଲେ।

Comment