ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୨ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ମେ ୧୫ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୨ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ମେ ୧୫ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

“ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାଜ୍ୟର ୪ କୋଟି ୯୬ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ୫୬ ହଜାର ୬୯୬ ପୁଲିଂ ବୁଥ ଖୋଲାଯିବ। ପ୍ରାର୍ଥୀମାନେ ସର୍ବାଧିକ ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ ଓ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ ନିର୍ବାଚନ କମିସନ କଡ଼ା ନଜର ରଖିବେ। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ମଧ୍ୟ ନିୟୋଜିତ କରାଯିବ”,କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓମପ୍ରକାଶ ରାଓ୍ଵତ।

ନିର୍ବାଚନ ତାରିଖ ଘୋଷଣା ହେବା ସହ ମଙ୍ଗଳବାରଠାରୁ କର୍ଣ୍ଣାଟକରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ୨୪ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୨୫ରେ ଯାଞ୍ଚ ଓ ଏପ୍ରିଲ ୨୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଭାବେ ଘୋଷଣା କରାଯାଇଛି।

ଆସନ୍ତା ଜୁନ୍ ୩ ତାରିଖରେ କର୍ଣ୍ଣାଟକରେ ସିଦ୍ଧରମେୟା ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ । କର୍ଣ୍ଣାଟକ ବିଧାନସଭାର ମୋଟ୍ ସଦସ୍ୟ ସଂଖ୍ୟା ୨୨୫ । ଏଥିରୁ ୨୨୪ ସିଟରେ ନିର୍ବାଚନ କରାଯାଇଥାଏ । ବାକି ଗୋଟିଏ ଆସନ ପାଇଁ ଜଣେ ଆଂଗ୍ଲୋ ଇଣ୍ଡିଆନ ମନୋନୀତ ହୋଇଥାନ୍ତି ।

ଗୁଜୁରାଟ ନିର୍ବାଚନ ପରେ ଉଭୟ ବିଜେପି ଓ କଂଗ୍ରେସ କର୍ଣ୍ଣାଟକକୁ ଫୋକସରେ ରଖିଛନ୍ତି । ସେଥପାଇଁ ଲଗାତାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଗସ୍ତ କରିଛନ୍ତି । କର୍ଣ୍ଣାଟକରେ ଚଳିତ ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ୨୦୧୯ ନିର୍ବାଚନ ପୂର୍ବରୁ ଉଭୟ ଦଳ ପାଇଁ କର୍ଣ୍ଣାଟକ ନିର୍ବାଚନ ବେଶ୍ ଚ୍ୟାଲେଜିଂ ହେବ।

Comment