ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ଼ ହେଉ କି ଓଲିଉଡ଼ ସବୁଠି କିଛି କଳାକାର ନିଜ ଅଭିନୀତ ଚରିତ୍ର ପାଇଁ ବେଳେ ବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେ ତାଙ୍କୁ ଫ୍ୟାନମାନଙ୍କର ପ୍ରଶଂସା ମିଳିଥାଏ ତ କେତେବେଳେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ। ଏ କଥା ଓଲିଉଡ଼ର ବହୁ କଳାକାରଙ୍କ ପାଇଁ ପ୍ରଯୁଜ୍ୟ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରୀୟା ଦେ।

ରୀୟା ଦେ ୨୦୧୦ରେ ରିଲିଜ୍ ହୋଇଥିବା ଓଡ଼ିଆ ଛବି ‘ପ୍ରେମ ଅଢ଼େଇ ଅକ୍ଷର’ ଜରିଆରେ ଓଲିଉଡ଼ରେ ଡେବ୍ୟୁ କରିଥିଲେ। ଏଥିରେ ବାବୁସାନଙ୍କ ସହ ନଜର ଆସିଥିଲେ ସେ। ପ୍ରଥମ ସିନେମାରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରୀୟା।

ତେବେ ଆପଣ ଜାଣନ୍ତି କି? ରୀୟା କେତୋଟି ସିନେମାରେ ଅଭିନୟ କରି ଆଲୋଚନାର ଶରବ୍ୟ ହୋଇଥିଲେ। ଏହି ଫିଲ୍ମରେ ଯେ ତାଙ୍କ ପରଫରମାନ୍ସ ଭଲ ନଥିଲା। ତା’ ନୁହେଁ, ବରଂ ଏଥିରେ ତାଙ୍କର ଅଭିନୀତ ଚରିତ୍ର ଓ ଦୃଶ୍ୟାବଳିକୁ ସମାଲୋଚନା ମିଳିଥିଲା।

ଏମିତି ଏକ ଫିଲ୍ମ ହେଲା ୨୦୧୪ରେ ପରଦାକୁ ଆସିଥିବା ଓଡ଼ିଆ ଛବି ‘ଗୋଲାପି ଗୋଲାପି’। ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରୀୟାଙ୍କ ଅଭିନୀତ ଚରିତ୍ରଟି ଥିଲା ଜଣେ ଅବିବାହିତା ମାଆର,  ଯିଏ କି ପ୍ରେମିକ ସହିତ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖନ୍ତି। ତା’ ପରେ ସେ ଗର୍ଭବତୀ ହୁଅନ୍ତି ଓ ଶିଶୁପୁତ୍ରକୁ ଜନ୍ମ ଦିଅନ୍ତି। କିନ୍ତୁ ତା’କୁ ଏକ ଅନାଥାଶ୍ରମରେ ଛାଡ଼ି ଚାଲିଯାଆନ୍ତି। ଏହି ଚରିତ୍ରକୁ ମିଳିଥିଲା ନିନ୍ଦା। ତେବେ ଏହି ଚରିତ୍ରକୁ ସେ ବେଶ୍ ନିପୁଣତାର ସହ ନିଭାଇଥିଲେ ରୀୟା ଦେ। ଏଥିରେ ରୀୟାଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିଲେ ଅମ୍ଳାନ। ଏହି ସିନେମାରେ ସିଦ୍ଧାନ୍ତଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଏହି ଫିଲ୍ମରେ ଅପରାଜିତା ଓ ପୃଥୀରାଜ ନାୟକ ପ୍ରମୁଖ ବି ଅଭିନୟ କରିଥିଲେ।

ଠିକ୍ ସେହିପରି ରୀୟା ଦେ ଅନ୍ୟ ଏକ ସିନେମାରେ ବୋଲ୍ଡ ସିନ୍ ଦେଇ ସମାଲୋଚିତ ହୋଇଥିଲେ। ଏହି ଫିଲ୍ମଟି ହେଲା ‘ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘କଲେଜ୍ ଟାଇମ୍’ ଏକ କଲେଜ୍ ଲଭଷ୍ଟୋରି ଉପରେ ଆଧାରିତ ଏହି ଫିଲ୍ମରେ ରୀୟାଙ୍କ ନାୟକ ଭୂମିକା ନିଭାଇଥିଲେ ଷ୍ଟାରସନ୍ ଅମ୍ଳାନ। ଏହି ସିନେମାରେ ଅମ୍ଳାନଙ୍କ ସହିତ ରୀୟା ଦେ କେତେକ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ। ଏହାକୁ ନେଇ ଦର୍ଶକ ଓ ସମୀକ୍ଷକ ରୀୟାଙ୍କ ସାମଲୋଚନା କରିବାକୁ ପଛାଇ ନଥିଲେ।

ନାୟକ ଅରିନ୍ଦମଙ୍କ ବିପକ୍ଷରେ ଫିଲ୍ମ ‘କଳକୀ’ରେ ନାୟିକା ବନିଥିଲେ ରୀୟା। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କିନ୍ତୁ ତାଙ୍କ ପାଇଁ ବିଶେଷ ସିନ୍ ନ ଥିବା ହେତୁ ତା’କୁ ନେଇ ରୀୟାଙ୍କ ଫ୍ୟାନମାନେ ଅସନ୍ତୋଷ ଜାହିର କରିଥିଲେ।

Comment