ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ ସାମ୍ବାଦିକଙ୍କ ପାଇଁ ଜାରି କରାଯାଇଥିବା ଗାଇଡଲାଇନ ଫେରାଇ ନେଇଛନ୍ତି ସରକାର। ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିବା ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପ୍ରେସ୍ କାଉନସିଲ୍‌ ଅଫ୍ ଇଣ୍ଡିଆ ନେବ।

ସମାଜରେ ବଢ଼ୁଥିବା ମିଥ୍ୟା ସମ୍ବାଦକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏହି ନିୟମକୁ ଲାଗୁ କରାଯାଇଥିଲା। ଏହି ନିୟମରେ ସାମ୍ବାଦିକଙ୍କ ମାନ୍ୟତା ରଦ୍ଦ ପାଇବା ଭଳି ଗାଇଡଲାଇନ ରହିଥିଲା। ଏହାକୁ ନେଇ ଗଣମାଧ୍ୟମରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଗାଇଡଲାଇନ ଫେରାଇ ନେଇଛନ୍ତି ସରକାର। ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିବା ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପ୍ରେସ୍ କାଉନସିଲ୍‌ ଅଫ୍ ଇଣ୍ଡିଆ ନେବ।

ଗାଇଡଲାଇନ୍‌ରେ ରହିଥିଲା ଯଦି କେଉଁ ଗଣମାଧ୍ୟମରୁ ଫେକନ୍ୟୁଜ ପ୍ରସାରଣ ଉପରେ ପ୍ରମାଣ ମିଳେ ତାହେଲେ ପ୍ରିଣ୍ଟ ମିଡିଆ ହୋଇଥିଲେ ପ୍ରେସ କାଉନସିଲ ଅଫ ଇଣ୍ଡିଆ(ପିସିଆଇ) ଏବଂ ଇଲେଟ୍ରୋନିକ ମିଡିଆ ହୋଇଥିଲେ ନ୍ୟୁଜ ବ୍ରଡକାଷ୍ଟରର୍ସ ଆସୋସିଏସନ(ଏନବିଏ)କୁ ତଦାରଖ ପାଇଁ ପଠାଯିବ। ଏହି ସଂସ୍ଥା ନ୍ୟୁଜ ସତ କି ମିଛ ତାହାକୁ ନେଇ ଯାଞ୍ଚ ଆରମ୍ଭ କରିବ।

“ଫେକନ୍ୟୁଜ ପ୍ରସାରଣ ମାମଲାକୁ ନେଇ ପିସିଆଇ ଏବଂ ଏନବିଏ ତରଫରୁ ସତର ରହସ୍ୟ ଉନ୍ମୋଚନ କରାଯିବ। ଦୁଇ ଏଜେନ୍ସିକୁ ଭାରତ ସରକାରଙ୍କ ଦ୍ୱାରା ରେଗୁଲେଟ ଏବଂ ଅପରେଟ ମଧ୍ୟ କରାଯାଇ ପାରୁନାହିଁ ”, କହିଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାଣୀ ଟ୍ୱିଟରରେ ଲେଖିଥିଲେ। ସରକାରଙ୍କ ଏଭଳି ପଦକ୍ଷେପରେ ସାମ୍ବାଦିକଙ୍କ ବିରୋଧ ଆରମ୍ଭ ହୋଇଯାଇଥିଲା।

ଏହାପରେ ପରେ ତୁରନ୍ତ ସରକାର ଏଭଳି ଗାଇଡଲାଇନ୍‌କୁ ଫେରାଇ ନେଇଛନ୍ତି।

 

Comment