ଓଡ଼ିଶାଲାଇଭ୍ ବ୍ୟୁରୋ

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ମଙ୍ଗଳବାର ପ୍ରକାଶିତ ହୋଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମ୍ଓ୍ଵାର୍କ (ଏନ୍ଆଇଆର୍ଏଫ୍)। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍(ଆଇଆଇଏସ୍ସି) ବେଙ୍ଗାଲୁର। ଓଡ଼ିଶାର ‘ଉତ୍କଳ ବିଶ୍ୱବିଦ୍ୟାଳୟ’କୁ ୧୪୭ତମ ସ୍ଥାନ ମିଳିଛି।
“ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ତାଲିକାରେ ଆଇଆଇଟି ମାଡ୍ରାସ ରହିଥିବାବେଳେ ମ୍ୟାନେଜମ୍ୟାଣ୍ଟ ଶିକ୍ଷା ତାଲିକାର ଶୀର୍ଷରେ ଇଣ୍ଡିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମ୍ୟାଣ୍ଟ ଅହମଦାବାଦ(ଆଇଆଇଏମଏ) ରହିଛି। ସେହିପରି ମେଡିକାଲ ବର୍ଗରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ପ୍ରତିଷ୍ଠାନକୁ ଶ୍ରେଷ୍ଠ ସ୍ଥାନ ମିଳିଛି”, କହିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର।
‘ଏନ୍ଆଇଆର୍ଏଫ୍’ର ପ୍ରଥମ ରାଙ୍କିଙ୍ଗ ୨୦୧୬ରେ ଜାରି କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଓ ଫାର୍ମାସୀକୁ ସାମିଲ କରାଯାଇଥିଲା।
୨୦୧୭ରେ ଓଭରଅଲ କଲେଜ ବର୍ଗକୁ ଯୋଡ଼ାଯାଇଛି। ଏଥିପାଇଁ ୪୦୦୦ ପ୍ରତିଷ୍ଠାନ ଆବେଦନ କରିଥିଲେ। ଭାରତୀୟ ରାଙ୍କିଙ୍ଗରେ ସାମିଲ ହେବାକୁ ଗତ ବର୍ଷ ୩,୦୦୦ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ।
ଏନ୍ଆଇଆର୍ଏଫ୍ ଓଭର ଅଲ୍ ରାଙ୍କିଙ୍ଗ୍ ତାଲିକାର ୨ୟ ସ୍ଥାନରେ ଆଇଆଇଟି ମାଡ୍ରାସ, ୩ୟ ସ୍ଥାନରେ ଆଇଆଇଟି ମୁମ୍ବାଇ, ୪ର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ, ୫ମ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୬ଷ୍ଠ ସ୍ଥାନରେ ଜେଏନ୍ୟୁ, ୭ମ ସ୍ଥାନରେ ଆଇଆଇଟି କାନପୁର, ୮ମ ସ୍ଥାନରେ ଆଇଆଇଟି ରୁରକି, ୯ମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆନ୍ନା ୟୁନିଭରସିଟି ଚେନ୍ନାଇକୁ ୧୦ମ ସ୍ଥାନ ମିଳିଛି।
ତାଲିକାର ୧୬(ଏ) ତମ ସ୍ଥାନରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ୪୨ତମ ସ୍ଥାନରେ ଏନ୍ଆଇଟି ରାଉରକେଲା, ୫୧ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର, ୬୫ତମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ।


















