ଓଡ଼ିଶାଲାଇଭ୍‌ ବ୍ୟୁରୋ

-ନିଜ ରାୟରେ ଅଟଳ ରହିଲେ ସୁପ୍ରିମକୋର୍ଟ। ଏସ୍‌ସି/ଏସ୍‌ଟି ଆଇନ୍ ଉପରେ ଦିଆଯାଇଥିବା ରାୟ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଏହି ଆଇନ୍ ଉପରେ ପୁନଃ ବିଚାର ପାଇଁ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ହେଲେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବ ରାୟକୁ କାଏମ ରଖିଛନ୍ତି। ଜଷ୍ଟିସ ଏ କେ ଗୋଏଲ ଓ ଜଷ୍ଟିସ ୟୁ ୟୁ ଲଳିତଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି।

-ବୁଧବାର ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ମଙ୍ଗଳବାର ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଗଜପତିଙ୍କ ପ୍ରତିନିଧି ନୁହନ୍ତି, ରତ୍ନଭଣ୍ଡାର ଯାଞ୍ଚ ବେଳେ ଗଜପତି ମହାରାଜା ଉପସ୍ଥିତ ରହିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ।

-ସିବିଏସଇ ପରିଚାଳିତ ୧୦ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ଆଜି ସିବିଏସସି ବଡ଼ ନିଷ୍ପତ୍ତି ନେଇଛନ୍ତି। ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସିବିଏସଇ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଦଶମ ଗଣିତର ପୁଣି ଥରେ ପରୀକ୍ଷା ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏପରିକି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସମ୍ଭାବ୍ୟସ୍ଥାନ ଦିଲ୍ଲୀ ଏନସିଆର ଓ ହରିଆନାରେ ମଧ୍ୟ ପୁନଃ ପରୀକ୍ଷା ହେବ ନାହିଁ ବୋଲି ଜଣାପଡ଼ିଛି। ଏ ନେଇ ସିବିଏସଇ କର୍ତ୍ତୃପକ୍ଷ ଆଜି ବିଳମ୍ବରେ ଆନୁଷ୍ଠାନିକଭାବେ ଘୋଷଣା କରିପାରନ୍ତି।

-ବିଜେପୁରରେ ପତ୍ନୀଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା। ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହରୁ ସ୍ୱାମୀ ନିଜ ପତ୍ନୀଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ନିଜେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

-ଗୁଜୁରାଟ ହାଇକୋର୍ଟଙ୍କ ଗୁରୁତ୍ଵପୁର୍ଣ୍ଣ ରାୟ। ପତ୍ନୀଙ୍କ ଇଚ୍ଛା ବିରୋଧରେ ତାଙ୍କ ସହିତ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଗୁଜରାଟ ହାଇକୋର୍ଟ ରାୟ ଦେଇଛନ୍ତି। ଯଦି ପତ୍ନୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥାଏଏବଂ ତାଙ୍କ ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥାନ୍ତି, ତେବେ ପତ୍ନୀ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଋଜୁ କରି ପାରିବେ ନାହିଁ।

Comment