ଓଡ଼ିଶାଲାଇଭ୍ ବ୍ୟୁରୋ
ଅଜୟ ଦେବଗନ ଜଣେ ଭର୍ସାଟାଇଲ୍ ଆକ୍ଟର, ଏ କଥାକୁ କେହି ହେଲେ ଅସ୍ଵୀକାର କରିପାରିବେ ନାହିଁ। ସେ ଶ୍ରେଷ୍ଠ ଅଭିନେତା ଭାବେ ଦୁଇଦୁଇ ଥର ଯଥାକ୍ରମେ ଫିଲ୍ମ ‘ଜଖମ’ ଓ ‘ଦ ଲିଜେଣ୍ଡ୍ ଅଫ୍ ଭଗତ ସିଂହ’ ପାଇଁ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି। ସେ ‘ଫୁଲ ଔର୍ କାଣ୍ଟେ’ରୁ ଆରମ୍ଭ କରି ‘ରେଡି’ ଭିତରେ ବହୁ ହିଟ୍, ସୁପରହିଟ୍ ଓ ବ୍ଲକବଷ୍ଟର ମୁଭି ଦେଇଛନ୍ତି।
ଅଜୟ ଦେବଗନ ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ କେତୋଟି ବ୍ଲକବଷ୍ଟର ମୁଭିକୁ ହାତଛଡ଼ା କରିଥିଲେ। ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ରାକେଶ ରୋଶନ୍ଙ୍କର ଏକ ବ୍ଲକବଷ୍ଟର ମୁଭି ହେଲା ‘କରଣ- ଅର୍ଜୁନ’। ଏଥିରେ ଶାହାରୁଖ୍ ଖାନଙ୍କ ଭାଇ ଭୂମିକା ଲାଗି ପ୍ରଥମେ ଅଜୟ ଦେବଗନଙ୍କୁ ଅଫର୍ ଦିଆଯାଇଥିଲା। ଏହି ଫିଲ୍ମକୁ ନେଇ ରାକେଶ ରୋଶନ୍ ଓ ଅଜୟ ଦେବଗନଙ୍କ ଭିତରେ ମତାନ୍ତର ସୃଷ୍ଟି ହୋଇଥିଲା ବୋଲି କୁହାଯାଏ। ଯେଉଁଥି ପାଇଁ ଏଥିରୁ ଓହରି ଯାଇଥିଲେ ଅଜୟ। ପରେ ସେହି ଭୂମିକାରେ ସଲମାନ୍ ଖାନ୍ଙ୍କୁ ନେଇଥିଲେ ସିନିଅର୍ ରୋଶନ୍। ଆଉ ଏକ ଉଲ୍ଲେଖନୀୟ କଥା ଯେ ଏହା ପରେ ରାକେଶ ରୋଶନ୍ କେବେ ବି ଅଜୟ ଦେବଗନଙ୍କୁ ନିଜ ସିନେମାରେ କାଷ୍ଟ୍ କରିନାହାନ୍ତି।
ବଲିଉଡ଼ର ଅନ୍ୟତମ ଲୋକପ୍ରିୟ ନିର୍ଦ୍ଦେଶକ ଥିଲେ ୟଶ୍ ଚୋପ୍ରା। ସେ ବି ଅନେକଗୁଡ଼ିକ ବ୍ଲକବଷ୍ଟର ମୁଭି ଦେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ଡର୍’। ଏହି ସିନେମାରେ ଶାହରୁଖ୍ ଖାନ୍ ଯେଉଁ ଭୂମିକାଟି ନିଭାଇଥିଲେ, ତାହା ପ୍ରଥମେ ମିଳିଥିଲା ଅମୀର ଖାନ୍ଙ୍କୁ। ଅମୀର କିନ୍ତୁ ନେଗେଟିଭ୍ ରୋଲ୍ କରିବେ ନାହିଁ ବୋଲି କହିବା ପରେ ସେହି ଭୂମିକାଟି ପାଇଁ ୟଶ୍ ଚୋପ୍ରା ଅଜୟ ଦେବଗନଙ୍କୁ ଅଫର୍ ଦେଇଥିଲେ। ଯେଉଁ ସମୟରେ ‘ଡର୍’ର ଅଫର ଅଜୟଙ୍କୁ ମିଳିଥିଲା, ସେତେବେଳେ ସେ ଉଟ୍ଟିଠାରେ ଅନ୍ୟ ଏକ ହିନ୍ଦୀ ଫିଲ୍ମର ମୁଭି କରୁଥିଲେ। ଅଜୟ ଦେବଗନ ୟଶ ଚୋପ୍ରାଙ୍କ ଅଫର୍କୁ ଗ୍ରହଣ କରିନଥିଲେ। ତା’ପରେ ଶାହାରୁଖ୍ ଖାନଙ୍କୁ ମିଳିଥିଲା ‘ଡର୍’।
ବଲିଉଡ଼ର ଜଣେ ଖ୍ୟାତନାମା ନିର୍ଦ୍ଦେଶକ ହେଲେ ସଂଜୟ ଲୀଳା ଭଂସାଲୀ, ଯାହାଙ୍କ ନିର୍ଦ୍ଦେଶନାରେ ଅଜୟ ଦେବଗନ ଏଯାବତ୍ କେବଳ ଗୋଟିଏ ସିନେମା ‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ କାମ କରିଛନ୍ତି। ଏହା ପରେ ସଂଜୟ ଅଜୟଙ୍କୁ ନେଇ ‘ବାଜିରାଓ ମସ୍ତାନୀ’ ନିର୍ମାଣ କରିବାକୁ ଚାହୁଁଥିଲେ। ଏଥିଲାଗି ସେ ଅଜୟ ଦେବଗନଙ୍କୁ ବିଧିବଦ୍ଧ ଭାବେ ପ୍ରସ୍ତାବ ବି ଦେଇଥିଲେ। କିନ୍ତୁ ଅଜୟ ସଂଜୟଙ୍କ ମୁଭିରେ ରାଜି ହୋଇନଥିଲେ। ଶୁଣିବାକୁ ମିଳେ ଯେ ଅଜୟ ଦେବଗନ ଯେଉଁ ପ୍ରାଇସ୍ ଦାବି କରିଥିଲେ, ତା’କୁ ଦେବା ପାଇଁ ପ୍ରସ୍ତୁତ ହେଲେ ନାହିଁ ସଂଜୟ। ଫଳତଃ ଅଜୟ ସେଥିରୁ ଓହରି ଯାଇଥିଲେ। ପରେ ରଣବୀର ସିଂହଙ୍କୁ ନେଇ ବାଜିରାଓ ମସ୍ତାନୀ’ ନିର୍ମାଣ କରିଥିଲେ ସଂଜୟ ଲୀଳା ଭଂସାଲୀ।
କରଣ ଜୋହର୍ ଯେତେବେଳେ ପ୍ରଥମେ ‘କୁଛ କୁଛ୍ ହୋତା ହେ’ର ନିର୍ଦ୍ଦେଶନ ଦେବା ଲାଗି ସ୍ଥିର କରିଲେ, ସେତେବେଳେ ଏଥିରେ କାଜୋଲଙ୍କ ସହ ଅଜୟ ଦେବଗନଙ୍କୁ ସାଇନ୍ କରିବାକୁ ଚାହିଁଥିଲେ। ସେତେବେଳେ ଅଜୟ-କାଜୋଲଙ୍କ ଯୋଡ଼ି ‘ପ୍ୟାର୍ ତୋ ହେନା ହି ଥା’ରେ ହିଟ୍ ହୋଇସାରିଥିଲା। ଅଜୟଙ୍କୁ କରଣ ଅଫର୍ ବି ଦେଇଥିଲେ, ହେଲେ ଅଜୟ ସେଥିରେ କଜ କରିବାକୁ ରାଜି ହୋଇନଥିଲେ। ପରେ କରଣ ଶାହାରୁଖ୍ ଖାନଙ୍କୁ କାଷ୍ଟ୍ କରିଥିଲେ ‘କୁଛ୍ କୁଛ୍ ହୋତା ହେ’ରେ।








ଅଜୟ ଦେବଗନ ଜଣେ ଭର୍ସାଟାଇଲ୍ ଆକ୍ଟର, ଏ କଥାକୁ କେହି ହେଲେ ଅସ୍ଵୀକାର କରିପାରିବେ ନାହିଁ। ସେ ଶ୍ରେଷ୍ଠ ଅଭିନେତା ଭାବେ ଦୁଇଦୁଇ ଥର ଯଥାକ୍ରମେ ଫିଲ୍ମ ‘ଜଖମ’ ଓ ‘ଦ ଲିଜେଣ୍ଡ୍ ଅଫ୍ ଭଗତ ସିଂହ’ ପାଇଁ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି। ସେ ‘ଫୁଲ ଔର୍ କାଣ୍ଟେ’ରୁ ଆରମ୍ଭ କରି ‘ରେଡି’ ଭିତରେ ବହୁ ହିଟ୍, ସୁପରହିଟ୍ ଓ ବ୍ଲକବଷ୍ଟର ମୁଭି ଦେଇଛନ୍ତି।









