ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଭାରତୀୟ ମହିଳା ଖେଳାଳି ମୀରାବାଇ ଚାନୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରୋତ୍ତନ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତ ପାଇଁ ଏହା ପ୍ରଥମ ସ୍ୱର୍ଣ୍ଣ। ପୂର୍ବରୁ ଗୁରୁରାଜ ପୂଜାରୀ ପୁରୁଷ ୫୬ କିଲୋଗ୍ରାମ ଭାରତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ।

ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମୀରାବାଇ ଚାନୁ।

୪୮ କେଜିର ବର୍ଗରେ ମୀରାବାଇଙ୍କୁ ସ୍ୱର୍ଣ୍ଣ ମିଳିଛି। ଚାନୁ ସ୍ନାଚରେ ୮୬ କିଲୋଗ୍ରାମ ଓ କ୍ଲିନ ଏଣ୍ଡ୍ ଜର୍କରେ ୧୧୦ ସ୍କୋର ସହ ମୋଟ ୧୯୬ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଚାନୁଙ୍କର ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ।

ପୂର୍ବରୁ ଗୁରୁରାଜ ପୂଜାରୀ ପୁରୁଷ ୫୬ କିଲୋଗ୍ରାମ ଭାରତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ।  ଏଯାବତ୍ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଭାରତ ୨୨୫ ଜଣ ଖେଳାଳ ପଠାଇଛି। ଏମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଖେଳାଳି ରହିଛନ୍ତି। ମହିଳା ହକି ଦଳରେ ୪ ଜଣ ଓଡ଼ିଆ ଖେଲାଳି ଅଛନ୍ତି।

୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୫ଟି ସ୍ୱର୍ଣ୍ଣ, ୩୦ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ସହ ମୋଟ୍ ୬୪ଟି ପଦକ ଜିତିଥିଲା। ଏଥର ଭାରତର ପଦସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।

 

LEAVE A REPLY

Please enter your comment!
Please enter your name here