ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନେକ ସମୟରେ ବିଗ୍ ବଜେଟ୍ ଫିଲ୍ମ ଫ୍ଲପ୍ ହୋଇଥାଏ ଓ ଛୋଟ ବଜେଟର ସିନେମା ସୁପରହିଟ୍ ହୋଇଥାଏ। ଯେତେବେଳେ ଏକ ଛୋଟ ବଜେଟର ଫିଲ୍ମ ଭଲ ବ୍ୟବସାୟ କରେ, ସେତେବେଳେ ତାହା ଚର୍ଚ୍ଚାର ବିଷୟ ହୋଇଥାଏ।

ଚଳିତବର୍ଷ ଫେବୃଆରୀ ୨୩ ତାରିଖରେ ରିଲିଜ୍ ହୋଇଥିଲା ଏକ ଛୋଟ ବଜେଟ୍ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ଵିଟି’। ଏହାର ବଜେଟ୍ ହେଲା ମାତ୍ର ୩୫ କୋଟି। କିନ୍ତୁ ଏଯାବତ୍ ଏହି ସିନେମା ୧୦୭ କୋଟି ଟଙ୍କା ଆୟ କରିସାରିଲାଣି। ଲଭ୍ ରଂଜନ ଏହାର ନିର୍ଦ୍ଦେଶକ। ଏଥିରେ କାର୍ତ୍ତିକ ଆର୍ଯ୍ୟନ୍, ନୁସରତ୍ ବରୁଚର, ସନ୍ନି ସିଂହ, ଆଲୋକ ନାଥ, ଇଶିତା ରାଜଶର୍ମା, ଦୀପିକା ଅମିନ୍ ଆଦି ଲିଡ ରୋଲରେ ଥିଲେ।

ଏ ବର୍ଷ ରିଲିଜ୍ ହୋଇଥିବା ‘ବାଗୀ-୨’ର ବଜେଟ୍ ହେଉଛି ମାତ୍ର ୪୦ କୋଟି। ସାଜିନ୍ ନାଡ଼ିଆଡିୱାଲାଙ୍କ ପ୍ରଯୋଜିତ ତଥା ଟାଇଗର୍ ଶ୍ରଫ୍ ଓ ଦିଶା ପଟ୍ଟାନି ଷ୍ଟାରର୍ ଏହି ମୁଭି ପ୍ରାୟ ୮୨ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି। ଠିକ୍ ସେହିପରି ବିଦ୍ୟା ବାଲନ ଷ୍ଟାରର୍ ‘ତୁହ୍ମାରି ସୁଲୁ’ ୩୦ କୋଟି ଟଙ୍କାର ଆୟ କରିଥିଲା। ଏହାର ବଜେଟ୍ ଥିଲା ୨୦ କୋଟି।

  ଗତବର୍ଷ ରିଲିଜ୍ ହୋଇଥିବା ବରୁଣ ଧୱନ୍ ଓ ଆଲିଆ ଭଟ୍ଟ ଷ୍ଟାରର ‘ବଦ୍ରିନାଥ କି ଦୁଲହନିଆ’ର ବଜେଟ୍ ଥିଲା ମାତ୍ର ୪୪ କୋଟି। ହେଲେ ଏହା ୧୫୮ କୋଟି ଟଙ୍କାର କଲେକ୍ସନ କରିଛି। ନୱାଜୁଦ୍ଦିନ ସିନ୍ଦିକୀ ଓ ବିଜିତା ବାପଙ୍କ ଅଭିନୀତ ‘ବାବୁଗୋଶାୟ ବନ୍ଧୁକ ବାଜ୍’୧୫ କୋଟିର ବିଜିନେସ୍ କରିଥିଲା। ଏହାର ବଜେଟ୍ ହେଲା ୫୦ କୋଟି ଟଙ୍କା। ଅନ୍ୟପକ୍ଷରେ ମାତ୍ର ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ହିନ୍ଦୀ ସିନେମା ‘ଲିପଷ୍ଟିକ୍ ଅଣ୍ଡର ମାଇଁ ବୁର୍ଖା’ ପ୍ରାୟ ୨୬ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଏହାକୁ ସୁପରହିଟ୍ ଫିଲ୍ମ ଭାବେ ଗଣନା କରାଯାଏ।

ଆୟୁଷ୍ମାନ୍ ଖୁରାନା ଓ ଭୂମି ଗେଡେନକର୍ ଷ୍ଟାରର ‘ଶୁଭ ମଙ୍ଗଳ ସାବଧାନ୍‌’ର ବଜେଟ୍ ଥିଲା ୧୦ କୋଟି ଓ ବ୍ୟବସାୟ ହେଲା ୪୦ କୋଟି ଟଙ୍କା। ଅପରପକ୍ଷରେ ଅକ୍ଷୟ କୁମାର ଓ ଭୂମି ପେଡେନକରଙ୍କ ଅଭିନୀତ ‘ଟଏଲେଟ୍ ଏକ ପ୍ରେମ କଥା’  ୧୩୪ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହାର ବଜେଟ୍ ଥିଲା ମାତ୍ର ୧୮ କୋଟି ଟଙ୍କା।

ଆୟୁଷ୍ମାନ୍ ଖୁରାନା ଓ କ୍ରିତି  ସାନନ୍‌ଙ୍କ ଅଭିନୀତ ଫିଲ୍ମ ‘ବରେଲୀ କି ବର୍ଫି’ର ବଜେଟ୍ ୨୦ କୋଟି ଟଙ୍କା ଥିବା ବେଳେ ଏହା ୫୧ କୋଟି ଟଙ୍କାର ଆୟ କରି ସୁପରହିଟ୍ ହୋଇଥିଲା। ମାତ୍ର ୨୩ କୋଟି ବଜେଟ୍‌ରେ ନିର୍ମିତ ଇରଫାନ୍ ଖାନ୍ ଷ୍ଟାରର୍ ‘ହିନ୍ଦୀ ମିଡିଅମ୍‌’ର ଆୟ ଥିଲା ୭୮ କୋଟି ଟଙ୍କା।

ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଜଲି ଏଲ୍ଏଲ୍ ବି-୨’ର ବଜେଟ୍‌ର ଥିଲା ମାତ୍ର ୩୦ କୋଟି। ହେଲେ ଏହା ୧୫୭ କୋଟି ଟଙ୍କାର ବ୍ୟବସାୟ କରି ବ୍ଲକବଷ୍ଟର ମୁଭିର ମାନ୍ୟତା ପାଇଥିଲା। ଶ୍ରୀଦେବୀଙ୍କ ଅଭିନୀତ ‘ମମ୍‌’ର ବଜେଟ୍ ଥିଲା ୩୭ କୋଟି। ମାତ୍ର ଏହା ୬୫ କୋଟି ଟଙ୍କାର ଆୟ କରିଥିଲା।

Comment