ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଲୋକାର୍ପଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
  • କଳ୍ପନା ଏବଂ ବ୍ରହ୍ମେଶ୍ୱରପାଟଣାରେ ଖୋଲିଲା ଏହି ଚିକିତ୍ସା କେନ୍ଦ୍ର
  • ଖୁବଶିଘ୍ର ଅନ୍‌ଲାଇନ୍ ପ୍ରେସକ୍ରିପ୍ସନ ବ୍ୟବସ୍ଥା
  • ରୋଗୀଙ୍କୁ ମାଗଣାରେ ମିଳିବ ଔଷଧ-ଚଷମା

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଦୁଇଟି  ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ସୁନେତ୍ର) ଅଧିନରେ ଏହି କେନ୍ଦ୍ର ଖୋଲାଯାଇଛି।

ଭୁବନେଶ୍ୱରର କଳ୍ପନା ଏବଂ ବ୍ରହ୍ମେଶ୍ୱରପାଟଣାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏହି ଚକ୍ଷୁ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି।

“ଏହି ଚିକିତ୍ସାକେନ୍ଦ୍ରରେ ଚକ୍ଷୁ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯେଗାଇ ଦିଆଯିବ। ଆଖି ପରୀକ୍ଷା ପାଇଁ ଏଠାରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିଛି। ଖୁବଶିଘ୍ର ଏହି କେନ୍ଦ୍ରରେ ରୋଗୀଙ୍କୁ ମାଗଣା ଔଷଧ ଏବଂ ଚଷମା ଯୋଗାଇ ଦିଆଯିବ”, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ସୁନେତ୍ର) ଅଧିନରେ ରାଜ୍ୟକୁ ଦୃଷ୍ଟିହୀନମୁକ୍ତ କରିବା ପାଇଁ ଯୋଜନା ରହିଛି। ଆଗାମୀ ୫ ବର୍ଷ ମଧ୍ୟରେ ଏହି ଯୋଜନାରେ ୬୮୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି କେନ୍ଦ୍ରରେ ଖୁବଶିଘ୍ର ଅନ୍‌ଲାଇନ୍ ପ୍ରେସକ୍ରିପ୍ସନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ଏହି ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟନ ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ୩ଟି ନୂଆ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର। ସରକାରୀ ଡାକ୍ତରଖାନାରେ ନିର୍ମଳ ଓ ସ୍ୱାସ୍ଥ୍ୟକର ପରିବେଶ ଯୋଗାଇଦେବା ପାଇଁ ନିର୍ମଳ ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବାର୍ଷିକ ୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିନା ମୂଲ୍ୟରେ ଚକ୍ଷୁ ରୋଗର ଚିହ୍ନଟ ଏବଂ ଚିକିତ୍ସା ପାଇଁ ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Comment