ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭଦ୍ରକରୁ ଗିରଫ ହେଲା ଅଭିଯୁକ୍ତ
  • ଅଭିଯୁକ୍ତ ନିତ୍ୟାନନ୍ଦ ଜେନା
  • ଭଦ୍ରକରୁ ଗିରଫ କଲା ନୀଳଗିରି ପୋଲିସ
  • ବିଧାନସଭାରେ ନୀଳଗିରି ଦୁଷ୍କର୍ମ ତାତି

ଧରାପଡ଼ିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ। ଦୁଷ୍କର୍ମ ଅଭିଯୁକ୍ତ ଜଣକ ହେଲେ ନିତ୍ୟାନନ୍ଦ ଜେନା। ନୀଳଗିରି ପୋଲିସ ତାଙ୍କୁ ଭଦ୍ରକରୁ ଗିରଫ କରିଥିବା ବଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ବାଉଁଶବଣିଆ ଅଞ୍ଚଳ। ଜଣେ ୪ ବର୍ଷ ନାବାଳିକା ଗତ ୧୩ ତାରିଖରେ ଘର ଆଗରେ ଖେଳୁଥିଲେ। ଏହି ସମୟରେ ନିତ୍ୟାନନ୍ଦ ନାବାଳିକାକୁ ଚକୋଲେଟର ପ୍ରଲୋଭନ ଦେଖାଇଥିଲା।

ଚକୋଲେଟ୍ ଖାଇବା ଆଶାରେ ନାବାଳିକା ଜଣକ ନିତ୍ୟାନନ୍ଦ ଘରକୁ ଯାଇଥିଲା। କିନ୍ତୁ ଘର ଭିତରେ ନିତ୍ୟାନନ୍ଦ ନାବାଳିକା ସହ ପାଶବିକ ଅତ୍ୟାଚାର କରିଥିଲା। ନାବାଳିକା କାନ୍ଦି କାନ୍ଦି ଘରକୁ ଯାଇଥିଲା। ତା ମା’ ଆଗରେ ସବୁ କହିଥିଲା। ପରିବାର ଲୋକ ନିତ୍ୟାନନ୍ଦ ନାଁରେ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ତଦନ୍ତ ଆରମ୍ଭ କରିଥିଲା। ହେଲେ ଭୟରେ ଅଭିଯୁକ୍ତ ନିତ୍ୟାନନ୍ଦ ଗାଁରୁ ଫେରାର ହୋଇଯାଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ନିଳଗିରି ପୋଲିସ ଚାରିଆଡ଼େ ଜାଲ ବିଛାଇଥିଲା। ସିଡବ୍ଲ୍ୟୁସି ଟିମ୍ ନୀଳଗିରିରେ ପହଞ୍ଚି ନାବାଳିକାର ଡାକ୍ତରୀ ମାଇନା କରିଛନ୍ତି।

ନୀଳଗିରି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ହୋଇଥିଲା ସରଗରମ୍। ବିରୋଧୀ ଦଳ ଏ ସମ୍ପର୍କରେ ଆଲୋଚନା କରିବାକୁ ଜିଦ୍ ଧରିଥିଲେ। ହେଲେ ବାଚସ୍ପତି ଏଥିପାଇଁ ସମୟ ନଦେବାରୁ କଂଗ୍ରେସ ସଭ୍ୟ ହଟ୍ଟଗୋଳ କରିଥିଲେ। ଫଳରେ ଗୃହ ମୁଲତବି ରହିଥିଲା।

Comment