ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସାତଟି କାରଣ ଦର୍ଶାଇ ବିଜେଡି ଛାଡ଼ିଲେ ହେମା ଗମାଙ୍ଗ
  • ଦଳର ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର
  • ୨୦୧୪ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇଥିଲେ ହେମା
  • ହେମା ଗମାଙ୍ଗ ପୂର୍ବରୁ କଂଗ୍ରେସ ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଶୁକ୍ରବାର ଦିନ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ପିସି କାରବାର ବୃଦ୍ଧି ଦଳୀୟ କାର୍ଯ୍ୟରେ ପ୍ରଶାସନିକ ହସ୍ତକ୍ଷେପ ପରି ୭ଟି କାରଣ ଦର୍ଶାଇ ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

“ବିଜୁ ଜନତା ଦଳ ଭିତରେ କ୍ରମାଗତ କିଛି ଦିନ ହେବ ତାଙ୍କୁ ଅଣଦେଖା କରାଯାଉଥିଲା ଏବଂ  ଦଳରେ ସେ ଅବହେଳାର ଶିକାର ହେଉଥିଲେ”, କହିଛନ୍ତି ହେମା।

ହେମା ତାଙ୍କର ରାଜନୈତିକ ଜୀବନ କଂଗ୍ରେସ ଦଳରୁ ଆରମ୍ଭ କରିଥିଲେ। ଦୀର୍ଘ ଦିନ ଧରି ସେ ଓ ତାଙ୍କ ସ୍ୱାମୀ ଗିରିଧର ଗମାଙ୍ଗ କଂଗ୍ରେସରେ ଥିଲେ। ହେମା ମଧ୍ୟ ପୂର୍ବରୁ କଂଗ୍ରେସ ଦଳର ସାଂସଦ ଥିଲେ। କିନ୍ତୁ ପୁର୍ବରୁ ଗିରିଧର ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଭାରତୀୟ ଜନତା ଦଳରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ହେମାଙ୍କୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ବିଧାନସଭା ପ୍ରାର୍ଥୀ ହିସାବରେ ବିଜେଡି ପକ୍ଷରୁ ଟିକେଟ ଦିଆଯାଇଥିଲା। ଏହି ନିର୍ବାଚନରେ ହେମା ପରାଜିତ ହୋଇଥିଲେ।

ପୂର୍ବରୁ ଗିରିଧର ଏବଂ ପୁଅ ଶିଶିର ବିଜେପିରେ ମିଶିଥିଲାବେଳେ ହେମା ମଧ୍ୟ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି।

Comment