ଓଡ଼ିଶାଲାଇଭ୍ ବ୍ୟୁରୋ

ମଧୁବାବୁଙ୍କ ଜୟନ୍ତୀ ଅବସରରେ କଟକରେ ତାରକସି ଦକ୍ଷତା କେନ୍ଦ୍ର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“କଟକର ତାରକସି କାରିଗରମାନଙ୍କର କାମ କେବଳ ଦୁର୍ଗା ପୂଜା ସମୟରେ ମା’ ଙ୍କ ମେଢ ତିଆରିରେ ସୀମିତ ହେବ ନାହିଁ। ବିଶ୍ୱର ସବୁ ବଡ଼ ବଡ଼ ଦେଶରେ ବିକ୍ରୀ ପାଇଁ ସୁଯୋଗ ସୃଷ୍ଟି କରାଯିବ”, କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଟକରେ ଆଜି ଶ୍ରୀ ପ୍ରଧାନ ତାରକସି ଦକ୍ଷତା କେନ୍ଦ୍ର, ସାଧାରଣ ସୁବିଧା କେନ୍ଦ୍ର ଓ ଗେଲର ଉର୍ଜା ଗଙ୍ଗା ପାଇପଲାଇନ ଓ ପାଇପ ଫିଟର-ସିଟି ଗ୍ୟାସ ବିତରଣ ପାଠ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି।  ଏହି ଉଦଘାଟନ କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ଭାରତ ସରକାରଙ୍କର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “୧୦୦ ବର୍ଷ ତଳେ ମଧୁବାକୁ ଓଡ଼ିଶାରେ ଶିଳ୍ପ ବିକାଶ କଥା ଚିନ୍ତା କରିଥିଲେ। ପାରାଦୀପ ବନ୍ଦର କିପରି ହେବା ଦରକାର, ଓଡିଶାର ହସ୍ତତନ୍ତ, ହସ୍ତକଳା  କେମିତି ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିବ ସେଦିଗରେ ଅନେକ ପଦକ୍ଷେପ ନେଇଥିଲେ।

ତାରକସୀ, ସିଙ୍ଘ କାମ, ମାଟିର କାରୁକାର୍ଯ୍ୟ, ଖଣ୍ଡୁଆପାଟ, ମାଣିଆବନ୍ଧ ଶାଢ଼ି କିଣିବାର କେନ୍ଦ୍ର କଟକରେ ହେଲେ ଆର୍ଥିକ କ୍ଷେତ୍ରରେ କଟକ ଆହୁରି ସମୃଦ୍ଧ ହୋଇପାରନ୍ତା।

ଗେଲ ଗ୍ୟାସ ପାଇପଲାଇନ ଓ ସହରୀ ଗ୍ୟାସ ବିତରଣ ପାଇପଲାଇନ କାମରେ ଓଡ଼ିଆ ଲୋକମାନଙ୍କୁ ରୋଜଗାର ମିଳିବ। ପାଇପଲାଇନ ବିଛାଇବା ଓ  ଦୀର୍ଘ ସୂତ୍ରୀ ରକ୍ଷଣାବେକ୍ଷଣ ପାଇଁ ଏହି ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ କହିଛନ୍ତି।

Comment