ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଶୁକ୍ରବାର ଉଭୟ ନେତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସଂତୃପ୍ତ ମିଶ୍ର କଟକରେ ବିରାଟ ଶୋଭାଯାତ୍ରା କରିଥିଲେ। ଏଥିରେ ଆଠଗଡ଼ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ। ଦଳୀୟ କର୍ମୀଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଅନ୍ୟପଟେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ପ୍ରାର୍ଥିପତ୍ର ଦାଖଲ ଅବସରରେ କୌଣସି ଶୋଭାଯାତ୍ରା କରିନଥିଲେ। ସେ ନିଜର ଅଳ୍ପ କିଛି ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ।

ସେହିପରି ଶୁକ୍ରବାର କଟକ-ବାରବାଟୀ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୌସ୍, ଚୌଦ୍ୱାର-କଟକ ଆସନରୁ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳ, ବିଜେପି ପ୍ରାର୍ଥୀ ନୟନ ମହାନ୍ତି, କଟକ-ସଦର ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ଏବଂ ବିଜେଡି ପାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କ ସମେତ କିଛି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Tags: #CuttackLoksabhaSeat #SantruptMisra #BhartruhariMahtab #BJP #BJD #Politics #Cuttack #Odisha

LEAVE A REPLY

Please enter your comment!
Please enter your name here