ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟସିଟି ଭୁବନେଶ୍ୱରରେ ଏଣିକି ଭଡ଼ାରେ ମିଳିବ ସାଇକେଲ। ଯାତ୍ରୀ ସାଇକେଲ ନେଇ ଯାତ୍ରା କରିପାରିବେ। ହକି ବିଶ୍ୱକପ୍ ପୂର୍ବରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ।

ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ  ସ୍ମାର୍ଟ ହେଉଛି। ରାଜ୍ୟ ସରକାର  ମଧ୍ୟ ଭୁବନେଶ୍ୱରକୁ ଏକ ନୂଆରୂପରେ ଗଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା, ଟ୍ରାଫିକ ସମସ୍ୟା ଏଡ଼ାଇବା ଓ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସାଇକେଲ ସେୟାରିଂ ର ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ପ୍ରଥମ ଦଫାରେ ଭୁବନେଶ୍ୱରକୁ ପ୍ରାୟ ୨ ହଜାର  ସଇକେଲ ଆସିଵ। ସ୍ମାର୍ଟସିଟି ରାସ୍ତାର ଉଭୟ ପାଶ୍ୱର୍ରେ ୪୦ କିମି ପର୍ଯ୍ୟନ୍ତ ସାଇକେଲ ଟ୍ରାକ ନିର୍ମାଣ ହେବ।

କଟକ-ପୁରୀ ରୋଡ, ଜାଗମରା-ସୁନ୍ଦରପଦା,ଏୟରପୋର୍ଟ, ଵାଣୀଵିହାର, ରାଜମହଲ, ରାଜଭବନ, ଜୟଦେବ ବିହାର ପରି କିଛି ରୁଟକୁ ବିଏମସି ଚିହ୍ନଟ କରିଛି । ଆଗାମୀ ୫ ବର୍ଷ ଭିତରେ ୧୨୦ କିମି ସାଇକେଲ ଟ୍ରାକ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଛି ଵିଏମସି।

ହକି ବିଶ୍ୱକପ୍ ପୂର୍ବରୁ ସ୍ମାର୍ଟ ସିଟି ଭୁବନେଶ୍ୱରରେ ହେବ ସାଇକେଲ ସେୟାରିଂ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ ସାଇକେଲ ଭଡ଼ାରେ ନେଇପାରିବେ ଯାତ୍ରୀ। ପ୍ରଥମ ୩୦ ମିନିଟ ପାଇଁ ଭଡ଼ା ଦେବାକୁ ପଡ଼ିବ ନାହିଁ। ୩୦ ମିନିଟରୁ ଅଧିକ ହେଲେ ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିବ।

ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ୨ ହଜାର ସାଇକେଲ ବ୍ୟବସ୍ଥା କରାଯିବ। ସ୍ମାର୍ଟସିଟିର ବିଭିନ୍ନ ସ୍ଥାନରେ ଏହି ଜିପିଏସ୍ ସିଷ୍ଟମ ଲାଗିଥିବା ସାଇକେଲ ଉପଲବ୍ଧ ହେବ। ସାଇକେଲ ପାଇଁ ମୋବାଇକ୍ କମ୍ପାନିକୁ ଦାୟିତ୍ବ ଦିଆଯାଇଥିବା ବେଳେ ଷ୍ଟାଣ୍ଡ ଓ ଆବଶ୍ୟକ ଭିତ୍ତିଭୂମି ସରକାର ଯୋଗାଇ ଦେବେ। ଯାତ୍ରୀ ଯେଉଁ ସ୍ଥାନକୁ ଯିବେ ସେହି ଅଞ୍ଚଳରେ ଥିବା ଷ୍ଟାଣ୍ଡରେ ସାଇକେଲ ଦେଇ ପାରିବେ। ମୋବାଇଲ୍ ଆପ୍ସ ଜରିଆରେ ସାଇକେଲ ବୁକିଂ ହୋଇପାରିବ।”

Comment