ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଏୟାରଷ୍ଟ୍ରିପ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା ପାଇଛି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ସେ ଟୁଇଟ୍ କରି ଲେଖିଛନ୍ତି ଯେ ଝାରସୁଗୁଡ଼ାରୁ ଖୁବଶୀଘ୍ର ବିମାନ ଚଳାଚଳ ଆରମ୍ଭ ହେବ।

ଝାରସୁଗୁଡ଼ାକୁ ବିମାନ ବନ୍ଦରର ମାନ୍ୟତା ମିଳିବା ପରେ ଜୟପୁର, ରାଉରକେଲାକୁ ଏହି ମାନ୍ୟତା ମିଳିବ ବୋଲି ଆଶା ରହିଛି। ଝାରସୁଗୁଡ଼ାକୁ ବିମାନ ଚଳାଚଳ କଲେ ବ୍ୟବସାୟ ଓ ଯୋଗାଯୋଗ ସୁବିଧା ହେବ।

Comment