ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡର ଆଗ ଧାଡ଼ିର କମେଡିଆନ ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍  ପପୁ ପମ୍ ପମ୍ ଗୁରୁତର ହୋଇଯାଇଛନ୍ତି। ପପୁ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଙ୍ଗଳବାର ଦିଲ୍ଲୀ ଏମ୍ସ ପଠାଯିବ।

ପପୁଙ୍କୁ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ପଠାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି।

ପପୁ ‘୪ ଇଡିୟଟସ୍ ପିଲ୍ମ ସୁଟିଂରେ ଥାଇଲାଣ୍ଡ ଯାଇଥିଲେ। ହେଲେ ସେଠାରେ ସେ ଅଚାନକ ଅସୁସ୍ଥ ହୋଇଯାଇଥିଲେ। ସୁଟିଂ ବାତିଲ କରି ପପୁ ଭୁବନେଶ୍ୱର ଫେରି ଆସିଥିଲେ। ଭୁବନେ୍ଶ୍ୱରରେ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ।

ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ମେଡିକାଲରେ ଆଡମିଶନ ହେବା ପାଇଁ ଡାକ୍ତର କହିଥିଲେ। ଶୁକ୍ରବାର ରାତିରୁ ପପୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉନି।

Comment