ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହେଉଛି ଆଇପିଏଲ ପ୍ଲେଅଫ୍ ମ୍ୟାଚ୍‌। ଫାଇନାଲ୍‌କୁ ଯିବା ପାଇଁ ୪ଟି ଟିମ୍‌ ମଧ୍ୟରେ ହେବ ଜୋରଦାର ଲଢ଼େଇ।

ଆଇପିଏଲ୍‌ର ୧୧ତମ ସଂସ୍କରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ସିଜିନର ପ୍ଲେଅଫ ଟିମ୍ ମଧ୍ୟ ଚୂଡ଼ାନ୍ତ ହୋଇଛି। ରବିବାର ଲିଗ ପର୍ଯ୍ୟାୟର ସବୁ ମ୍ୟାଚ ଶେଷ ହେବାପରେ ପଏଣ୍ଟ୍ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ହାଇଦ୍ରାବାଦ ଓ ଚେନ୍ନାଇ ମଧ୍ୟରେ ଆଜି ଓ୍ଵାଙ୍ଖ୍‌ଡେରେ ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳାଯିବ।

ଆଜି ମୁକାବିଲାରେ ପଏଣ୍ଟ ଟେବୁଲ୍‌ର ଶୀର୍ଷ ଦୁଇ ଦଳ ଭେଟୁଥିବାରୁ ପ୍ରଶଂସକ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ପାଇବେ ଦର୍ଶକ। ଏଥିସହ ପରବର୍ତ୍ତୀ ୪ ମ୍ୟାଚ୍‌ ଉପରେ ନିଶ୍ଚିତ ପ୍ରଶଂସକଙ୍କ ନଜର ରହିବ। ଚେନ୍ନାଇର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ହୋଇଥିବାବେଳେ ହାଇଦ୍ରାବାଦର ବୋଲିଂ ଦୃଢ଼ ରହିଛି।

ଆଇପିଏଲରେ ଏହି ଦୁଇ ଟିମ ମଧ୍ୟରେ ୮ ଥର ମୁକାବିଲା କରିଥିବାବେଳେ ଚେନ୍ନାଇ ୬ ଥର ଜିତି ଆଗରେ ରହିଛି। ଓ୍ଵାଙ୍ଖ୍‌ଡେରେ ମଧ୍ୟ ହାଇଦ୍ରାବାଦ ପ୍ରଦର୍ଶନ ୧-୪ ଥିବାରୁ ସବୁକିଛି ଚେନ୍ନାଇ ସପକ୍ଷରେ ରହିଛି।

ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ୯ ଲେଖାଏଁ ମ୍ୟାଚ୍‌ ଜିତି ଆସିଥିଲେ ମଧ୍ୟ ହାଇଦ୍ରାବାଦ ଶେଷ ୩ ମ୍ୟାଚ୍‌ ହାରିବା ଦଳକୁ ଚାପରେ ପକାଇଛି। ଚେନ୍ନାଇ ପୂର୍ବରୁ ଦୁଇ ଥର ବିଜେତା ହୋଇଥିବାବେଳେ ହାଇଦ୍ରାବାଦ ମଧ୍ୟ ଥରେ ଟ୍ରଫି ହାତେଇ ସାରିଛି। କିନ୍ତୁ କିଏ ପ୍ରଥମେ ଫାଇନାଲ୍‌ ପ୍ରବେଶ କରିବ ମ୍ୟାଚ୍‌ର ଫଳାଫଳ କହିବ। ପରାଜିତ ଦଳକୁ ଅବଶ୍ୟ ଦ୍ୱିତୀୟ କ୍ୱାଲିଫାୟାର୍‌ରେ ଦ୍ୱିତୀୟ ସୁଯୋଗ ମିଳିବ।

Comment