ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୈଳ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି। ମେ ୨୮ରୁ ୩୦ ଯାଏଁ ପ୍ରତି ବ୍ଲକରେ ଆନ୍ଦୋଳନକୁ ଓହ୍ଲାଇବ ଶାସକ ଦଳ।

ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଦର। ଗତ ୯ ଦିନରେ ପେଟ୍ରୋଲ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ କରିଛି। ଏହାକୁ ପ୍ରସଙ୍ଗ କରିଛି ବିଜେଡି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ। ମେ ୨୮ରୁ ୩୦ ଯାଏଁ ପ୍ରତି ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, “ତୈଳ ଦର ବୃଦ୍ଧି ପାଉଥିବାରୁ ସବୁ ବର୍ଗର ଲୋକ ପ୍ରଭାବିତ ହେଉଛନ୍ତି। ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୯୮ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ୭୩ ଟଙ୍କା ୨୬ ପଇସା ହୋଇଛି।”

୨୦୧୪ରେ ବିଜେପି କ୍ଷମତାକୁ ଆସିବା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିଲା। ଏହାର ଫାଇଦା ସାଧାରଣ ଲୋକ ପାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରି ଲୋକଙ୍କୁ ଶୋଷଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୀତି ବିରୋଧରେ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ, ମୁଖପାତ୍ର ସସ୍ମିତ ପାତ୍ର ଏବଂ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here