ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲର ଦୁଇ ଥର ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ଟେବୁଲ ଟପର ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଜି ଐତିହାସିକ ଇଡେନ୍‌ ଗାର୍ଡେନ୍ସ ଦ୍ୱିତୀୟ କ୍ୱାଲିଫାୟର ଖେଳାଯିବ।

ଆଇପିଏଲରେ ଆଜି ସେକେଣ୍ଡ କ୍ୱାଲିଫାୟାର। ଏଥିରେ ସନରାଇଜର୍ସ ହାଇଦ୍ରାବଦ ସହ କୋଲାକାତା ନାଇଟ୍ ରାଇଡର୍ସର ମୁକାବିଲା ହେବ। ଇଡେନ ଗାର୍ଡେନରେ ଖେଳାଯିବ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ଆଜିର ମ୍ୟାଚର ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ। ଜବରଦସ୍ତ ଫର୍ମରେ ଥିବା ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି।

ଏଲିମିଟରରେ ରାଜସ୍ଥାନକୁ ହରାଇ କ୍ୱାଲିଫାୟାରରେ ପ୍ରବେଶ କରିଛି କୋଲାକାତା। ସେପଟେ ପ୍ରଥମ କ୍ୱାଲିଫାୟାରରେ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ହାରିଯାଇଥିଲା ସନ ରାଇଜର୍ସ ହାଇଦ୍ରାବାଦ। ବ୍ୟାଟିଂ ଓ ବୋଲିଂରେ ଉଭୟ କୋଲକାତା ଓ ହାଇଦ୍ରାବାଦ ବେଶ୍ ଶକ୍ତିଶାଳୀ। ଦୁଇ ଦଳର ଅଧିନାୟକ କେନ୍ ୱିଲିୟମସନ୍ ଓ ଦୀନେଶ କାର୍ତିକ ଏବେ ଚମକ୍ରାର ଫର୍ମରେ ଅଛନ୍ତି। ତେଣୁ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଭରପୁର ପ୍ରୟାସ କରିବେ ଉଭୟ ଦଳ।

ସନ୍‌ରାଇଜର୍ସ ନିକଟରେ କରିଥିବା ଦୁର୍ବଳ ପ୍ରଦର୍ଶନରୁ ଲାଭ ଉଠାଇବାକୁ କେକେଆର୍‌ ଚେଷ୍ଟା କରିବ। ଲଗାତାର ଚାରିଟି ବିଜୟ ହାସଲ କରିବା ପରେ କେକେଆର୍‌ର ଆତ୍ମବିଶ୍ୱାସ ଏବେ ଢେର ଉଚ୍ଚରେ ରହିଛି। ସେପଟେ ଲିଗ୍‌ ପର୍ଯ୍ୟାୟର ଶ୍ରେଷ୍ଠ ଦଳ ଭାବେ ପ୍ଲେ ଅଫ୍‌ ଯାଇଥିବା ସନରାଇଜର୍ସ ପ୍ଲେ-ଅଫ୍ ପର୍ଯ୍ୟାୟରେ ଆଶା ଜନକ ପ୍ରଦର୍ଶନ କରି ପାରି ନାହିଁ। ପ୍ରଥମ କ୍ୱାଲିଫାୟରରେ ଏହି ଦଳ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ହାରି ଫାଇନାଲରେ ପ୍ରବେଶ କରିବାର ପ୍ରଥମ ସୁଯୋଗ ହାତଛଡ଼ା କରି ସାରିଛି। ଆଜି ଏହି ଦଳକୁ ଫାଇନାଲ୍‌ ଟିକେଟ ହାସଲ କରିବା ଲାଗି ଦ୍ୱିତୀୟ ତଥା ଶେଷ ସୁଯୋଗ ମିଳିବ।

LEAVE A REPLY

Please enter your comment!
Please enter your name here