ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦି ଭୁବନେଶ୍ୱରରୁ କଟକରେ ପହଞ୍ଚିଛନ୍ତି।
ବାଲିଯାତ୍ରା ପଡ଼ିଆରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ବାୟୁସେନାର ହେଲିକପ୍ଟର ଅବତରଣ କରିବା ପରେ ମୋଦି ଓହ୍ଲାଇଥିଲେ। ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସ୍ୱାଗତ କରିଥିଲେ। ପରେ ମୋଦି କଟକ ବାଲିଯାତ୍ରା ପଡ଼ିଆ ଅଭିମୁଖେ ସଡ଼କ ପଥରେ ଯାତ୍ରା କରିଥିଲେ।
ଅପରାହ୍ଣ ୪ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚି ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ମୋଦି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ। ବିମାନ ବିନ୍ଦରରେ ରାଜ୍ୟପାଳ ସତ୍ୟପାଲ ମଲିକ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ।
ମୋଦି ପ୍ରାୟ ୧ ଘଣ୍ଟା ବିଳମ୍ବରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ୩ ଟା୨୫ରେ ମୋଦି ଭୁ୍ବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବିଳମ୍ବରେ ମୋଦି ଦିଲ୍ଲୀ ଛାଡ଼ିଥିଲେ।
ଭୁବନେଶ୍ୱରରୁ ବାୟୁସେନା ହେଲିକପ୍ଟରରେ ସିଧା ମୋଦି କଟକ ଅଭିମୁଖେ ଯାତ୍ରା କରିଥିଲେ। ନରାଜ ଅସ୍ଥାୟୀ ହେଲିପ୍ୟାଡରେ ମୋଦିଙ୍କ ହେଲିକପ୍ଟର ଅବତରଣ କରିବା ପରେ ବିଜେପି ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ।
ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଜନକଲ୍ୟାଣ ସମାବେଶରେ ଉଦବୋଧନ ଦେବେ। କେନ୍ଦ୍ର ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ମୋଦି ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ। କଟକ ବାଲିଯାତ୍ରା ପଡ଼ିଆରେ ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି।


















