ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେର ଫେଜ୍-୧କୁ ଲେକାର୍ପିତ କରିଛନ୍ତି। ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଏକ୍ସପ୍ରେସ ୱେ ଲୋକାର୍ପଣ ପୂର୍ବରୁ ମୋଦି ରୋଡ ସୋ କରିଛନ୍ତି। ଦିଲ୍ଲୀକୁ ଟ୍ରାଫିକ ଜାମ ଏବଂ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଏହି ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି।

ଏହି ଏକ୍ସପ୍ରେସ ୱେ ଲୋକାର୍ପଣ ହେବା ପରେ ଦିଲ୍ଲୀରୁ ମୀରଟକୁ ମାତ୍ର ୪୫ ମିନିଟ ସମୟ ଲାଗିବ। ଏହି ଏକ୍ସପ୍ରେସ ୱେ ନିର୍ମାଣ ୫୦ ଦିନରେ ଶେଷ ହୋଇଛି। ଏଥିରେ ୯ ହଜାର ୩୭୫ ଶ୍ରମିକ ନିୟୋଜିତ ହୋଇଥିଲେ।

ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ହିମାଚଳପ୍ରଦେଶ ଯିବା ପାଇଁ ଏଣିକି ଯାତ୍ରୀଙ୍କୁ ଦିଲ୍ଲୀ ଆସିବାକୁ ପଡ଼ିବ ନାହିଁ। ଏହି ଏକ୍ସପ୍ରେସ ୱେରେ ଗାଡ଼ି ଚଳାଇବା ପାଇଁ ୧୨୦ ସ୍ପିଡ ରଖାଯାଇଛି।

୨୦୧୫ରେ ଏହି ଏକ୍ସପ୍ରେସ ୱେର ପରିକଳ୍ପନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୬ ଫେବ୍ରୁଆରି ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here