ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ସିଜନ୍୧୧ରେ ବିଜୟ ଟ୍ରଫି ହାସଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସଆଇପିଏଲରେ ତିନି ଥର ଚାମ୍ପିଅନ ହୋଇଥିବା ଚେନ୍ନାଇ ଟିମ୍‌ ଏଥର ଜୋରଦାର ସେଲିବ୍ରେସନ କରିଛି।

ସରିଛି ଆଇପିଏଲ୍ ମହାସମର। ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ତୃତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ତୃତୀୟ ଥର ପାଇଁ ଆଇପିଏଲରେ ବିଜୟ ହାସଲ କରିଥିବାରୁ ଜୋରଦାର ସେଲିବ୍ରେସନ କରିଛନ୍ତି ଟିମ୍‌ର ସବୁ ସଦସ୍ୟ।

ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ଵରେ ୨୦୧୦ ଏବଂ ୨୦୧୧ରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍ ବିଜୟ ହାସଲ କରିଥିଲା।

ଏହି ବିଜୟ ପରେ ପୂରା ଟିମ୍‌ କପ୍‌ ଧରି ମୁମ୍ବାଇରୁ ଚେନ୍ନାଇ ଅଭିମୁଖେ ଯାଇଥିଲେ। ଜେଟ୍ ଏୟାରୱେଜର ମୁମ୍ବାଇ-ଚେନ୍ନାଇ ଫ୍ଲାଇଟରେ ଚେନ୍ନାଇ ଟିମ୍ ଚେନ୍ନାଇ ଅଭିମୁଖେ ଆସିଥିଲେ। ଚେନ୍ନାଇ ସୁପର କିଙ୍ଗସ୍‌ର ଟିମ୍‌କୁ ଉତ୍ସାହିତ କରିବା ପାଇଁ ବିମାନ କର୍ମଚାରୀମାନେ ସେଲିବ୍ରେସନ ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ।

ଫ୍ଲାଇଟ୍‌ ଭିତରେ ଖେଳାଳିମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ସେଲିବ୍ରେସନରେ ବିମାନର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ। ଚେନ୍ନାଇ ଟିମ୍‌ର ଖେଳାଳିମାନଙ୍କ ଗହଣରେ ବିମାନ କର୍ମଚାରୀମାନେ ବିଜୟ ଉତ୍ସବ ମନାଇଥିଲେ। ଖେଳାଳିମାନେ ବିମାନ ଭିତରେ କେକ୍ କାଟିଥିଲେ। ଷ୍ଟାର ଖେଳାଳିଙ୍କୁ ପାଖରେ ପାଇ ବିମାନ କର୍ମଚାରୀମାନେ ସେମାନଙ୍କ ସହ ସେଲ୍‌ଫି ନେବାକୁ ଭୁଲି ନଥିଲେ।

ବିମାନରେ କେକ୍ କାଟିବା ସହ ଏୟାର୍‌ ହୋଷ୍ଟେସଙ୍କୁ କେକ୍ ଖୁଆଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳିମାନେ। ଏହାପରେ ଚେନ୍ନାଇ ଟିମ୍‌ର କିଛି ଖେଳାଳିମାନେ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଫଟୋ ଅପଲୋଡ କରିଥିଲେ।

ଚେନ୍ନାଇ ଟି ନଗରସ୍ଥିତ ବାଲାଜି ମନ୍ଦିରକୁ ଚେନ୍ନାଇ ଟିମ୍‌ର ଖେଳାଳିମାନେ ଯାଇଥିଲେ। ସେଠାରେ କପ୍‌କୁ ପୂଜାର୍ଚ୍ଚନା କରିବା ସହ ବାଲାଜି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। ଆଇପିଏଲ୍ ଚାମ୍ପିଅନ କପ୍‌କୁ ପୂଜା କରିବା ବେଳେ ପୂଜକମାନେ ଉତ୍ସାହିତ ହୋଇଯାଇଥିଲେ।

ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିଅନ୍ ହେବା ପରେ ଦଳର ଖେଳାଳି ଯେତିକି ଖୁସି ଥିଲେ ସେମାନଙ୍କ ପିଲାମାନେ ତା’ଠାରୁ ଅଧିକ ଖୁସି ଥିବା ଜଣାପଡ଼ୁଥିଲା। ହରଭଜନ୍ ସିଂହ, ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଇମରାନ ତାହିର୍ ଓ ବାଲାଜୀଙ୍କ ପିଲାମାନେ ମ୍ୟାଚ୍‌ ପରେ ପଡ଼ିଆରେ ଦୌଡ଼ାଦୌଡ଼ି କରିଥିଲେ। ସିନିୟର୍ ଖେଳାଳିମାନେ ନିଜ ନିଜ ପତ୍ନୀ ଏବଂ ପିଲାଙ୍କୁ ନେଇ ଟ୍ରଫି ସହ ପୋଜ୍ ଦେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

 

LEAVE A REPLY

Please enter your comment!
Please enter your name here