ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟପାଳଙ୍କୁ ଭେଟିଛି ବିଜେଡି। ବିଜେଡିର ୧୭ ଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି।

ଏହି ପ୍ରତିନିଧି ଦଳରେ ବିଜେଡି ଉପ-ସଭାପତି ଦେବୀପ୍ରସାଦ ମିଶ୍ର, ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ପ୍ରମୁଖ ନେତାମାନେ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଭେଟିଛନ୍ତି।

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ଆନ୍ଦୋଳନକୁ ଜୋରଦାର କରିଛି। ୨୮ ତାରିଖରେ ବିଜେଡି ରାଜଭବନ ସମ୍ମୁଖରେ ଧାରଣା ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲା। ୨୯ ତାରିଖରେ ସବୁ ବ୍ଲକ ସ୍ତରରେ ପ୍ରତିବାଦ କରିଥିଲା ବିଜେଡି। ଉପ-ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ଦିଆଯାଇଥିଲା।

ଏପଟେ ତେଲ ଦର ୧ ପଇସା ହ୍ରାସ ପାଇଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ୧ ପଇସା ହ୍ରାସ କରି ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାର ଉପହାସ କରିଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here