ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଦଳର ମୋଷ୍ଟ ଫ୍ୟାସନେବଲ୍ କ୍ରିକେଟର୍ ବିରାଟ କୋହଲି ନିକଟରେ ନିଜ ଦାଢ଼ିର ବୀମା କରାଇଛନ୍ତି। ଏହି ଖୁଲାସା କରିଛନ୍ତି ଭାରତୀୟ ଦଳର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଫିଟ୍‌ନେସ୍ ଭିଡିଓ ନିଜ ଫ୍ୟାନ୍‌ଙ୍କ ସହ ବରାବର ସେୟାର କରୁଛନ୍ତି ବିରାଟ।

ମୋଷ୍ଟ ଫ୍ୟାସନେବଲ୍ କ୍ରିକେଟର୍ ବିରାଟ ନିକଟରେ ନିଜ ଦାଢ଼ିର ବୀମା କରାଇଛନ୍ତି। ଏହି ଖୁଲାସା କରିଛନ୍ତି ଭାରତୀୟ ଦଳର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ।

ନିଜ ଫିଟନେସ୍ ଓ ଲୁକ୍ ଉପରେ ସର୍ବଦା ଧ୍ୟାନ ଦେଉଥିବା ବିରାଟ କ୍ରିକେଟ୍ ବ୍ୟତୀତ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଲୋକପ୍ରିୟ। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଲୋକପ୍ରିୟତା ଅଧିକ। ଭାରତରେ ବିରାଟଙ୍କ ଦାଢି ନେଇ ଯୁବ ପିଢୀଙ୍କ ମଧ୍ୟରେ ଏକ କ୍ରେଜ୍‌ ଦେଖାଦେଇଛି। ଅନେକ ବିରାଟଙ୍କ ଭଳି ଦାଢ଼ି ରଖିବାକୁ ପସନ୍ଦ କରୁଛନ୍ତି।


ନିକଟରେ ଓପନର୍‌ ଲୋକେଶ ରାହୁଲ କୋହଲିଙ୍କ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଯେଉଁ ଭିଡ଼ିଓରେ କୋହଲି ଏକ ସୋଫା ଉପରେ ବସିଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କ ଦାଢ଼ିର ଫଟୋ ନେଉଛନ୍ତି। ଏହାପରେ କୋହଲି ଏକ ପେପର୍‌ରେ ଦସ୍ତଖତ ମଧ୍ୟ କରୁଛନ୍ତି। ଏଭଳି ଭିଡ଼ିଓ ସୋସିଆଲ୍ ମିଡ଼ିରେ ପୋଷ୍ଟ ହେବା ପରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ କୁହାଯାଉଛି ବିରାଟ ତାଙ୍କ ଦାଢ଼ିର ବୀମା କରାଇଛନ୍ତି।

ନିକଟରେ କୋହଲିଙ୍କ ମହମ ମୂର୍ତ୍ତି ଦିଲ୍ଲୀର ମ୍ୟାଡାମ ତୁଷାଦରେ ସ୍ଥାନ ପାଇଛି। ପୂର୍ବରୁ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି, କପିଲ ଦେବ ଓ ଉସେନ ବୋଲ୍ଟଙ୍କ ପରି ଖେଳାଳି ମ୍ୟାଡାମ ତୁଷାଦରେ ସ୍ଥାନ ପାଇଛନ୍ତି।

LEAVE A REPLY

Please enter your comment!
Please enter your name here