ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ସପ୍ତାହରେ ନୂଆଦିଲ୍ଲୀରେ କଂଗ୍ରେସ ଆୟୋଜନ କରୁଛି ଇଫ୍‌ତାର ପାର୍ଟି। ଏହି ପାର୍ଟିରେ ଯୋଗଦେବା ପାଇଁ ବିଭିନ୍ନ ଦଳର ତୁଙ୍ଗ ନେତାମାନଙ୍କୁ ଆମନ୍ତ୍ରିତ କରିଛନ୍ତି ସୋନିଆ ଏବଂ ରାହୁଲ ଗାନ୍ଧି। ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆମନ୍ତ୍ରଣ କରିନି କଂଗ୍ରେସ।

ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପ୍ରଣବ ଯୋଗ ଦେଇଥିବାରୁ ତାଙ୍କୁ ଏହି ଇଫ୍‌ତାର ପାର୍ଟିକୁ ଆମନ୍ତ୍ରିତ କରାଯାଇ ନଥିବା ଆଲୋଚନା ହେଉଛି।

ପ୍ରଣବ ମୁଖାର୍ଜୀ ନିକଟରେ ନାଗପୁରସ୍ଥିତ ସଂଘ କାର୍ଯ୍ୟାଳୟରେ ଆୟୋଜିତ ତୃତୀୟ ଶିକ୍ଷା ବର୍ଗ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଣବ ମୁଖାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଖବର ଜଣାପଡ଼ିବା ପରେ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କଂଗ୍ରେସର ବରିଷ୍ଠ ନେତାଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା।

ହେଲେ ପ୍ରଣବ ଆର୍‌ଏସ୍‌ଏସ୍‌ ମଞ୍ଚରେ କୌଣସି ରାଜନୀତିକ ମନ୍ତବ୍ୟ ଦେଇ ନଥିବାରୁ କଂଗ୍ରେସ ନେତାମାନେ ଆଶ୍ୱସ୍ତ ହୋଇଥିଲେ। ପ୍ରଣବ ଆର୍‌ଏସ୍‌ଏସ୍‌ ମଞ୍ଚରୁ ଆସିବା ପରେ ରାଜନୀତିକ ଝଡ଼ ଉଠିଛି। ୨୦୧୯ରେ ପ୍ରଣବ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏଣୁ କଂଗ୍ରେସର ଇଫ୍‌ତାର ପାର୍ଟିରୁ ପ୍ରଣବଙ୍କୁ ଦୂରେଇ ରଖାଯାଇଥିବା ଆଲୋଚନା ହେଉଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ପୂର୍ବତନ ଉପ-ରାଷ୍ଟପ୍ରତି ହମିଦ ଅନସାରୀଙ୍କୁ ମଧ୍ୟ ଇଫତାର ପାର୍ଟିକୁ ଆମନ୍ତ୍ରିତ କରିନି କଂଗ୍ରେସ। ଏହି ଇଫତାର ପାର୍ଟିକୁ ବଜେପି ବିରୋଧୀମାନଙ୍କୁ ଡକାଯାଇଛି। ଯେଉଁମାନେ ସୋନିଆଙ୍କ ଡିନର ପାର୍ଟିରେ ଯୋଗ ଦେଇଥିଲେ ସେମାନେ ହିଁ ଏହି ପାର୍ଟିରେ ସାମିଲ ହେବେ।

Comment