ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ରୋବୋଟିକ୍ ଲାବରୋଟରୀ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହା କାର୍ଯ୍ୟକ୍ଷମ କରାଯିବ। ଏନେଇ ଗଣଶିକ୍ଷା ବିଭାଗ ସବୁଜ ସଙ୍କେତ ଦେଇଛି।

ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “୧୦ଟି ଆଦର୍ଶ ବିଦ୍ୟାଳୟରେ ରୋବୋଟିକ୍ ଲ୍ୟାବ ଖୋଲାଯିବ। ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଡ୍ରୋନ୍ ଏବଂ ରୋବଟ୍ ମାଧ୍ୟମରେ ଶିକ୍ଷା ଦିଆଯିବ। ବେଙ୍ଗାଳୁରୁର ଏକ ସଂସ୍ଥା ଏହି କାର୍ଯ୍ୟକ୍ରମ ହାତକୁ ନେଇଛି।”

ଏହି ସଂସ୍ଥା ବ୍ରହ୍ମପୁରର ଏକ ସ୍କୁଲରେ ପ୍ରୋଜେକ୍ଟ କରି ସାରିଛି। ସେହିପରି ଆଗାମୀ ଶିକ୍ଷା ବର୍ଷରୁ ମାଟ୍ରିକ ଏବଂ ଯୁକ୍ତ ୨ ପରୀକ୍ଷାରେ ସିସିଟିଭି ଲଗାଇବା ପାଇଁ ସରକାର ବ୍ୟବସ୍ଥା କରୁଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Comment