ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଷଢେଇକଳା ଗାଁରେ ବୁଧବାର ଘଟିଛି ଅଭାବନୀୟ ଘଟଣା। ଟିଭି ଦେଖିବା ବେଳେ ଦୁଇ ଶିଶୁ ଟେବୁଲ ଫ୍ୟାନ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବିଶ୍ୱନାଥ ସୋରେନ୍ ଏବଂ ରାମଚନ୍ଦ୍ର ସୋରେନ। ଉଭୟଙ୍କ ବୟସ ୬ ବର୍ଷ।

ସ୍କୁଲ ଛୁଟି ଥିବାରୁ ପଡ଼ୋଶୀଙ୍କ ଘରେ ଟିଭି ଦେଖୁଥିଲେ ବିଶ୍ୱନାଥ ଏବଂ ରାମଚନ୍ଦ୍ର। ଟିଭି ଦେଖିବା ବେଳେ ବିଶ୍ୱନାଥ ପ୍ରଥମେ ଆଜାଣତରେ ଟେବୁଲ ଫ୍ୟାନକୁ ଧରି ପକାଇଥିଲା। ହେଲେ ଟେବୁଲ୍ ଫ୍ୟାନରୁ କରେଣ୍ଟ ମାରିଥିଲା। ବିଶ୍ୱନାଥକୁ ଟେବୁଲ ଫ୍ୟାନରୁ ଦୂରେଇବା ପାଇଁ ରାମଚନ୍ଦ୍ର ପ୍ରୟାସ କରିଥିଲା। ହେଲେ ସେ ବି କରେଣ୍ଟରୁ ବର୍ତ୍ତି ନଥିଲା।

ଦୁଇ ଶିଶୁ ଜୋର୍‌ରେ ପାଟି କରିଥିଲେ। ଘର ଲୋକ ଶିଶୁଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ବିଶ୍ୱନାଥ ଏବଂ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।।

Comment