ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ନାଗାବାବାଙ୍କୁ ମାଡ଼ ମାରିବା ଘଟଣାରେ କମିଶନରେଟ ପୋଲିସ ୭ ଜଣ କିନ୍ନରଙ୍କୁ ଗିରଫ କରିଛି। ଗୁରୁବାର ଦ୍ୱିପ୍ରହରରେ କେତେକ କିନ୍ନର ଖଣ୍ଡଗିରି ବସ୍‌ ଷ୍ଟାଣ୍ଡ ନିକଟ ତପୋବନରେ ପଶି ନାଗାବାବାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ନାଗାବାବଙ୍କୁ ତଳେ ପକାଇ କିନ୍ନରମାନେ ବିଧା, ଗୋଇଠା ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ବାବା ମୌନ ବ୍ରତ କରିଥିବାରୁ ମୁହଁ ଖୋଲି ନଥିଲେ।

ଖଣ୍ଡଗିରିରେ ହିଞ୍ଜଡ଼ା ହାଟ ବନ୍ଦ କରିବାକୁ ସରକାର କଟକଣା ଲଗାଇଛନ୍ତି। ତେବେ ତପୋବନରେ ବାବା କରିଥିବା ଆଶ୍ରମକୁ କିନ୍ନରମାନେ ବିରୋଧ କରିଥିଲେ। ଫଳରେ ସେମାନେ ନାଗାବାବାଙ୍କୁ ଆକ୍ରମଣ କରିଥିଲେ।

କିନ୍ନରମାନେ ଅଭିଯୋଗ କରିଥିଲେ ଯେ ଆଶ୍ରମରେ ତିନି ଜଣ ବାବା ଗଞ୍ଜେଇ ଟାଣି କିନ୍ନରମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏଥିପାଇଁ ସେମାନେ ବାବାଙ୍କୁ ଆକ୍ରମଣ କରିଥିବା ସେ କହିଥିଲେ।

Comment