ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣ୍ଡର-୧୯ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଏ ଖବର ପ୍ରକାଶ ପାଇବା ପରେ ଅର୍ଜୁନ୍ଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଭାରତୀୟ ଜୁନିଅର କ୍ରିକେଟ ଦଳରେ ସଚିନଙ୍କ ପୁଅ। କ୍ରିକେଟ ଦୁନିଆର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ(୧୯ ବର୍ଷରୁ କମ୍)ରେ ସ୍ଥାନ ମିଳିଛି। ଶ୍ରୀଲଙ୍କା ଗସ୍ତ ବେଳେ ଭାରତ ୨ଟି ୪ ଦିବସୀୟ ମ୍ୟାଚ୍ ଓ ୫ଟି ଦିନିକିଆ ମ୍ୟାଚ୍ ଖେଳିବ।
୧୮ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କୁ କେବଳ ୪ ଦିବସୀୟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଏ ଖବର ପ୍ରକାଶ ପାଇବା ପରେ ଅର୍ଜୁନ୍ଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଇଂଲଣ୍ଡର ମହିଳା କ୍ରିକେଟର ଡେନିୟଲ୍ ୱେଟ୍ ମଧ୍ୟ ଟୁଇଟ୍ କରି ତାଙ୍କ ଖୁସି ଜାହିର କରିଛନ୍ତି। ‘ୟେସ୍ ଅର୍ଜୁନ୍!’ ଲେଖି ସେ ଏକ ଟ୍ୱିଟ୍ କରିଛନ୍ତି।
ପୂର୍ବରୁ ଡେନିୟଲ ବିରାଟ କୋହଲିଙ୍କୁ ବାହା ହେବା ପାଇଁ ପ୍ରପୋଜ୍ କରିଥିଲେ। ସୋସିଆଲ୍ ମିଡିଆରେ ସେ ‘କୋହଲି ମ୍ୟାରି ମି’ ଲେଖିବା ଡେନିୟଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଯଦିଓ ସେ ସମୟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ରିଲେସନସିପ୍ରେ ଥିଲେ। ତେଣୁ ଡେନିୟଲ ବିରାଟଙ୍କୁ ପସନ୍ଦ କରିବା କଥା ସ୍ୱୀକାର କରି ବିବାହ ପାଇଁ ଯେଉଁ ପ୍ରସ୍ତାବ ରଖିଥିଲେ ତାକୁ ଥଟ୍ଟା କହି ଏଡ଼ାଇ ଦେଇଥିଲେ।
ଡେନିୟଲ ଏବଂ ଅର୍ଜୁନ ଭଲ ବନ୍ଧୁ। ଏକ ମ୍ୟାଚ୍ ସମୟରେ ଉଭୟଙ୍କର ଭେଟ ହୋଇଥିଲା। ଅର୍ଜୁନ କିଛି ବର୍ଷ ହେବ ଇଂଲଣ୍ଡରେ କ୍ରିକେଟ୍ ତାଲିମ୍ ନେଉଛନ୍ତି। ଡେନିୟଲ ଆଜିକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ପାଇଁ ପ୍ରସ୍ତୁତି ଚଲାଇଛନ୍ତି।

















