ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବ୍ୟାଟିଂ କିମ୍ୱଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ବିଶ୍ୱକପର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି କରିଛି ଆଇସିସି।

ଗୁରୁବାରଠାରୁ ଆରମ୍ଭ ହେବ ଦିନିକିଆ କ୍ରିକେଟ ବିଶ୍ୱକପ। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଭାରତୀୟ ବ୍ୟାଟିଂ କିମ୍ୱଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି କରିଛି। ରେକର୍ଡ ସଂଖ୍ୟକ ୬ଟି ବିଶ୍ୱକପ ଖେଳିଥିବା ସଚିନ ତେନ୍ଦୁଲକର ଗୁରୁବାର ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ବିଶ୍ୱକପ ଟ୍ରଫି ସହିତ ପଡ଼ିଆକୁ ପ୍ରବେଶ କରି ଏହାକୁ ଆନୁଷ୍ଠାନିକ ଉଦଘାଟନ କରିବେ ବୋଲି ଘୋଷଣା କରାଯାଇଛି।

“ବିଶ୍ୱକପର ୬ଟି ସଂସ୍କରଣରେ ଭାରତରୁ ପ୍ରତିନିଧିତ୍ୱ କରିଛି। ଏହା ସବୁବେଳେ ମୋ ହୃଦୟରେ ସ୍ୱତନ୍ତ୍ର ହୋଇ ରହିଛି। ୨୦୧୧ ବିଶ୍ୱକପ ଜିତିବା ମୋ କ୍ରିକେଟ ଯାତ୍ରାରେ ସବୁଠାରୁ ଗୌରବମୟ ମୁହୂର୍ତ୍ତ”, କହିଛନ୍ତି ସଚିନ ତେନ୍ଦୁଲକର।

ସଚିନଙ୍କ ସହିତ ୱେଷ୍ଟଇଣ୍ଡିଜ କିମ୍ୱଦନ୍ତୀ ଭିଭିଆନ ରିଚାର୍ଡସ, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ, ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଅନ ମୋର୍ଗାନ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ଶ୍ରୀଲଙ୍କାର ମୁଥୟା ମୁରଲୀଧରନ, ନ୍ୟୁଜିଲାଣ୍ଡର ରସ୍ ଟେଲର, ଭାରତର ସୁରେଶ ରାଇନା, ମିତାଲି ରାଜ ଏବଂ ପାକିସ୍ତାନର ମହମ୍ମଦ ହାଫିଜଙ୍କୁ ମଧ୍ୟ ବିଶ୍ୱକପ ପାଇଁ ଆଇସିସି ଆମ୍ବାସାଡର ନିଯୁକ୍ତ କରିଛି।

Tags: #icc #cricketworldcup #sachintendulkar #brandambassador #sports #cricket

Comment