ଓଡ଼ିଶାଲାଇଭ୍ ବ୍ୟୁରୋ

ୱାଙ୍ଖଡ଼େ ଷ୍ଟାଡିୟମରେ ବୁଧବାର ଭାରତୀୟ କିମ୍ୱଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ମୁମ୍ବାଇ କ୍ରିକେଟ ସଂଘ (ଏମସିଏ) ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପ୍ରତିମୂର୍ତ୍ତିକୁ ମଙ୍ଗଳବାର ଶେଷ ସ୍ପର୍ଶ ଦିଆଯାଇଥିଲା। ୱାଙ୍ଖଡେ ପରିସରରେ ଥିବା ସଚିନ ତେନ୍ଦୁଲକର ଷ୍ଟାଣ୍ଡ ପାଖରେ ଏହି ପ୍ରତିମୂର୍ତ୍ତି ଅବସ୍ଥାପିତ ହୋଇଛି।

ସଚିନଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ‌ଫଡନାଭିସ ଅତିଥି ଭାବେ ଯୋଗ‌ ଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଗତ ଏପ୍ରିଲରେ ସଚିନ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଥିଲେ। ତେଣୁ ତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଏମସିଏ ପକ୍ଷରୁ ଘୋଷଣା କରାଯାଇଥିଲା।

ବିଶ୍ୱ କ୍ରିକେଟରେ ଅନେକ କୀର୍ତ୍ତିମାନ ବହନ କରୁଥିବା ସଚିନ ଏହି ଷ୍ଟାଡିୟମରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ୨୦୧୧ ବିଶ୍ୱକପ ବିଜେତା ହେବା ପରେ ସଚିନଙ୍କୁ ସମସ୍ତ ଭାରତୀୟ ଖେଳାଳି କାନ୍ଧରେ ଟେକି ୱାଙ୍ଖଡେ ପଡ଼ିଆରେ ବୁଲାଇଥିଲେ। ୧୫୯୨୧ ଟେଷ୍ଟ ରନ ସହ ଆନ୍ତର୍ଜାତିକ ଦିନିକିଆରେ ୧୮୪୨୬ ରନ କରିଥିବା ସଚିନ ଏବେ ବିଶ୍ୱ କ୍ରିକେଟର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରୁଛନ୍ତି।

Tags: #SachinTendulkar #Cricket #WankhedeStadium #Mumbai #StatueUnveil

LEAVE A REPLY

Please enter your comment!
Please enter your name here