ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ରାଜ୍ୟ ସରକାର ଗ୍ରୀଷ୍ମକାଳୀନ ସ୍କୁଟି ଛୁଟି ଅବଧିକୁ ଆଉ ଚାରିଦିନ ପାଇଁ ବଢ଼ାଇ ଦେଇଛନ୍ତି।

ଜୁନ ୨୧ତାରିଖରେ ସ୍କୁଲ ଖୋଲାଯିବ ବୋଲି ଘୋଷଣା ପୂର୍ବରୁ କରାଯାଇଥିଲା। ବର୍ତ୍ତମାନ ଏହାକୁ ଜୁନ୍‌ ୨୫ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଗତ କିଛିଦିନ ହେବ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ କିଛିଦିନ ତଳେ ଜୁନ ୧୮ପରିବର୍ତ୍ତେ ୨୧ତାରିଖରେ ସ୍କୁଲ ଖୋଲିବ ବୋଲି ଘୋଷଣା କରିଥିଲେ।

Comment