ଓଡ଼ିଶାଲାଇଭ୍ ବ୍ୟୁରୋ

 

ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଭାରତର ଗରିବ ଲୋକଙ୍କୁ ମିଳୁଥିବା ମାଗଣା ରାସନକୁ ଆଉ ବର୍ଷେ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୦ ମସିହାରେ କରୋନା ଲକ୍‌ଡାଉନ୍‌ ସମୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏବେ ଆଉ ଏକ ବର୍ଷ ପାଇଁ ଅର୍ଥାତ ୨୦୨୩ ଡିସେମ୍ବର ମାସ ପର୍ଯ୍ୟନ୍ତ ପ୍ରାୟ ୮୧.୩୫ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

“ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଆଉ ଏକ ବର୍ଷ ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମାଗଣା ରାସନ ଦେବା ପାଇଁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଟଙ୍କା ଖର୍ଚ୍ଚ ହେବ, କେନ୍ଦ୍ର ସରକାର ଏହାର ଭାର ବହନ କରିବେ”, କହିଛନ୍ତି କେନ୍ଦ୍ର ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲ।

କରୋନା କାଳରେ ୨୬ ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ଏହି ମାଗଣା ରାସନ ଯୋଜନାରେ କୋଟି କୋଟି ଲୋକ ଉପକୃତ ହୋଇଛନ୍ତ। ସରକାରୀ ତଥ୍ୟ ଅନୁଯାୟୀ, ଯୋଜନା ଆରମ୍ଭ ହେବାର ୨୮ମାସ ଭିତରେ କେନ୍ଦ୍ର ସରକାର ଏହି ଯୋଜନାରେ ପାଖାପାଖି ୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୨୨ ସେପ୍ଟେମ୍ବର ମାସରେ, ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ତିନିମାସ ବୃଦ୍ଧି କରିଥିଲେ।

Tags: #PMGKAY #FreeRationscheme # Extended #Oneyear #Cabinetapproval #Govt.ofIndia

Comment