ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଫିଫା ବିଶ୍ୱକପ୍‌ରେ ଭାରତୀୟ ଫୁଟ୍‌ବଲ୍‌ ଦଳର ସମ୍ପୃକ୍ତି ନଥିଲେ ମଧ୍ୟ ଜଣେ ଭାରତୀୟ ବଲ୍‌ ବୟ ଭାବେ ଋଷି ତେଜ୍‌ ରୁଷିଆରେ ଇତିହାସ ରଚିଛନ୍ତି।

ଋଷିଆରେ ଫିଫା ବିଶ୍ୱକପ୍‌ ଫୁଟବଲ୍‌ ଅନୁଷ୍ଠିତ ହେଉଛି। ସୋଚିରେ ଖେଳାଯାଇଥିବା ବେଲ୍‌ଜିୟମ୍‌-ପାନାମା ମ୍ୟାଚ୍‌ରେ ବଲ୍‌ ବୟ ଭାବେ ରହି ୧୦ ବର୍ଷ ବୟସ୍କ ଋଷି ପ୍ରଥମ ଭାରତୀୟ ହେବାର ଗୌରବ ବହନ କରିଛନ୍ତି।

ପ୍ରଥମ ଭାରତୀୟ ଭାବେ ଋଷି ତେଜ୍‌ ବେଲଜିୟମ ଓ ପାନାମା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବଲ୍‌ ଧରି ଷ୍ଟାଡିୟମ ମଧ୍ୟରେ ପ୍ରବେଶ କରିଥିଲେ। ଏହି ମ୍ୟାଚକୁ ବେଲଜିୟମ ୩-୦ ଗୋଲ୍‌ରେ ଜିତି ଯାଇଥିଲା।

ଋଷି ତେଜ୍‌ ବେଙ୍ଗାଲୁରରେ ଜନ୍ମ।  ଫିସ୍ତ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଋଷି ବଲ୍‌ ଧରି ପଡ଼ିଆକୁ ପ୍ରବେଶ କରିବା ଭାରତ ପାଇଁ ଗର୍ବର ମୁହୂର୍ତ୍ତ ଥିଲା। ଋଷି ବିଶ୍ୱକପ୍‌ ପାଇଁ ମସ୍କୋ ଯିବା ପୂର୍ବରୁ ଏତେ ଉଲ୍ଲସିତ ହୋଇପଡ଼ିଥିଲେ ଯେ ପ୍ରାୟ ଗୋଟିଏ ସପ୍ତାହ ପାଇଁ ଭଲରେ ଶୋଇ ପାରିନଥିଲେ। ବିଶ୍ୱକପ୍‌ ମ୍ୟାଚ୍‌ରେ ବଲ୍‌ ବୟ ଭାବେ ରହିବାର ଖୁସି ଏତେମାତ୍ରାରେ ଥିଲା ଯେ ତାହା କଳନା କରିହେବ ନାହିଁ। ତେବେ ଏଭଳି ସ୍ୱପ୍ନ ସୋମବାର ରାତିରେ ପୂରଣ ହୋଇଥିବାରୁ ସେ ଖୁବ୍‌ ଖୁସି ବୋଲି ବାଙ୍ଗାଲୋର ବାଳକ ଋଷି କହିଛନ୍ତି।

ଏହି ଫିଫା ବିଶ୍ୱ କପ୍‌ରେ ଆଉ ଜଣେ ଭାରତୀୟ ବାଳକ ନାଥାନିଆ ଜନ କାନ୍ଦାଥିଲ୍ ବଲ୍‌ ବୟ ଭାବେ କାମ କରିବେ। ତାଙ୍କ ଘର ତାମିଲନାଡୁରେ। ସାରା ବିଶ୍ୱରୁ ଆସିଥିବା ୬୪ ଜଣ ଶିଶୁଙ୍କ ମଧ୍ୟରେ ନାଥାନିଆ ଫୁଟବଲ୍‌ ଖେଳର ଚମତ୍କାର କଳା ପ୍ରଦର୍ଶନ କରିବାରୁ ତାକୁ ଏଥିପାଇଁ ଚୟନ କରାଯାଇଛି। ସେ ଶୁକ୍ରବାରରେ କୋଷ୍ଟାରିକା ଓ ବ୍ରାଜିଲ୍‌ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବଲ୍‌ ବୟ ଭାବେ କାମ କରିବେ।

Comment