ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଉଦଳା ଢିପାସାହି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରସବପରେ ନବଜାତ ଶିଶୁକୁ ଅଳିଆଗଦାରେ ପୋତିଦେଇଛି ମା’।
ମା’ ସାଜିଲା ସଇତାନ। ୯ମାସ ଧରି ଯେଉଁ ଶିଶୁଟିକୁ ନିଜ ଗର୍ଭରେ ଧରି ଜନ୍ମ ଦେଇଥିଲା ସେଇ ମା’ ଯେ ନିର୍ଦ୍ଦୟ ହୋଇପଡ଼େ ତାହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ। ପ୍ରସବପରେ ନବଜାତ ଶିଶୁକୁ ଅଳିଆଗଦାରେ ପୋତିଦେଇଛି ମା’।
ମୟୂରଭଞ୍ଜ ଜିଲ୍ଲା ଉଦଳା ଢିପାସାହି ଗାଁରେ ଘଟିଛି ଏହି ଘଟଣା। ଗତ ବୁଧବାର ରାତିରେ ଜଣେ ମହିଳା ଢିପାସାହି ଗ୍ରାମରେ ତାଙ୍କ ବାପ ଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ଅଳିଆ ଗଦାରେ ପୋତି ଦେଇଥିଲେ।
ତାଙ୍କ ସ୍ୱାମୀ ହିନ୍ଦୁ ସିଂ ନିଜ ସନ୍ତାନକୁ ଭେଟିବା ପାଇଁ ଢିପାସାହିକୁ ଆସିବା ପରେ ସ୍ଥାନୀୟ ଲୋକଙ୍କଠୁ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ପୂରା ଘଟଣା ପଦାକୁ ଆସିଥିଲା।
ଖବର ପାଇ ପୋଲିସ ଶିଶୁଟିର ମୃତଦେହକୁ ଉଦ୍ଧାର କରିବା ସହ କେଉଁ ପରିସ୍ଥିତିରେ ମହିଳା ଜଣକ ଏପରି କାଣ୍ଡ ଘଟାଇଛନ୍ତି, ସେନେଇ ଖୋଳତାଡ଼ ଆରମ୍ଭ କରିଛି।


















