ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ରବିବାର ଆରହନ ସିଂହ ନାମକ ଜଣେ ବ୍ୟକ୍ତି ଆଇନଗତ ନୋଟିସ୍ ପଠାଇଛନ୍ତି।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବମ୍ବେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଅଳିଆ ପକାଇବା ପାଇଁ ବାରଣ କରିଥିଲେ। ଏ ନେଇ କୋହଲି ଏକ ଭିଡିଓ ଶେୟାର କରିଥିଲେ। ଏବେ ଉକ୍ତ ବ୍ୟକ୍ତି ଆରହାନ ସିଂ ହାଇପ୍ରୋଫାଇଲ ଦମ୍ପତିଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି।
ଗତ ୧୬ ତାରିଖରେ ଆରହନ ସିଂହ ନିଜ ଗାଡ଼ି ମଧ୍ୟରୁ କିଛି ଅଳିଆ ରାସ୍ତା ଉପରକୁ ପକାଇଥିଲେ। ସେହି ବାଟରେ ଯାଉଥିବା ଅନୁଷ୍କା ଏହା ଦେଖି ତାଙ୍କୁ ଅଳିଆ ପକାଇବା ନେଇ ସାବଧାନ କରିଥିଲେ। ଏହି ଭିଡ଼ିଓକୁ ଅନୁଷ୍କା ଟ୍ଵିଟର୍ରେ ଉପସ୍ଥାପିତ କରିଥିଲେ। ଏହାକୁ ବିରାଟ ଦେଖିବା ପରେ ଅନୁଷ୍କାଙ୍କୁ ତାରିଫ କରିଥିଲେ। ହେଲେ ଏହି ଦମ୍ପତିଙ୍କ ଏଭଳି ହରକତ ପାଇଁ ଆରହନଙ୍କ ମାନହାନୀ ଘଟିଥିଲା। ଯାହାକୁ ନେଇ ସେ ଆଇନର ଆଶ୍ରୟ ନେଇଛନ୍ତି।
ଏଥିରେ ସେ ଉଭୟଙ୍କଠାରୁ କ୍ଷମାପ୍ରାର୍ଥନା ଚାହିଁଛନ୍ତି। ଏଥିନେଇ କୋହଲି କିମ୍ବା ଅନୁଷ୍କାଙ୍କଠାରୁ କୌଣସି ଉତ୍ତର ମିଳିନାହିଁ।
କୋହଲି ଶେୟାର କରିଥିବା ଭିଡିଓରେ ଅନୁଷ୍କା ନିଜ କାରର ଝରକା ଖୋଲି ରାସ୍ତାରେ ଅଳିଆ ପକାଇଥିବା ଆରହାନଙ୍କୁ ବାରଣ କରୁଥିବାର ଦୃଶ୍ୟ ରହିଛି।
















