ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି। ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଗୃହ ବିଭାଗର ଏକ ରିପୋର୍ଟରୁ ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ କୌଣସି ମନ୍ତ୍ରୀଙ୍କୁ ବି ତାଙ୍କ ପାଖକୁ ଛଡ଼ାଯିବ ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି।

ଏସ୍‌ପିଜି ଯାଞ୍ଚ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ଛଡ଼ାଯିବ।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଣୁ ରୋଡ ସୋ ନକରି ମୋଦି ସମାବେଶରେ ଉଦବୋଧନ ଦିଅନ୍ତୁ ବୋଲି ଏସ୍‌ପିଜି ପକ୍ଷରୁ ପରାମର୍ଶ ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡ଼ିବା ପରେ ନୂଆଦିଲ୍ଲୀରେ ଗୃହ ମନ୍ତ୍ରାଳୟ ପକ୍ଷରୁ ବୈଠକ ବସିଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ସମେି ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ମାଓବାଦୀ ଅଧ୍ୟୁଷିତ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିପଦ ଥିବା ଆଲୋଚନା ହୋଇଥିଲା। ଏହିସବୁ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଗସ୍ତ କରିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ସଂପୃକ୍ତ ରାଜ୍ୟର ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here