ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଲ୍‌ରୁ ମୁକୁଳିବା ପରେ ରାମଚନ୍ଦ୍ର ହାଁସଦା ସିଧା କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି।

ଚାରି ବର୍ଷ ପରେ ଜେଲ୍‌ରୁ ମୁକୁଳିଛନ୍ତି ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା। ଝାରପଡ଼ା ଜେଲ୍‌ରୁ ବାହାରିବା ପରେ ହାଁସଦା ସିଧାସଳଖ ବିଜେପି ଉପରେ ବର୍ଷିଛନ୍ତି। ସିବିଆଇର ନିରପେକ୍ଷତା ଉପରେ ହାଁସଦା ପ୍ରଶ୍ନ କରିଛନ୍ତି।

ରାମଚନ୍ଦ୍ର ହାଁସଦା କହିଛନ୍ତି, “ବିଜେପି ସରକାର ଚାପରେ ସିବିଆଇ କାମ କରୁଛି। ବିରୋଧୀଙ୍କୁ ଦମନ କରିବା ପାଇଁ ଏଭଳି ପୟାସ କରାଯାଉଛି। ସିବିଆଇ ନିରପେକ୍ଷ ତଦନ୍ତ କରୁନି। ମୋ ପ୍ରତି ଅନ୍ୟାୟ ହୋଇଛି। ମୋର ବି ଚିଟଫଣ୍ଡରେ ଟଙ୍କା ଲାଗିଛି। ମତେ କାହିଁକି ଗିରଫ କରାଗଲା?”

ନବଦିଗନ୍ତ ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ରାମଚନ୍ଦ୍ର ହାଁସଦାଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୪ ନଭେମ୍ବର ୧୪ରେ ଗିରଫ ହୋଇ ହାଁସଦା ଝାରପଡ଼ା ଜେଲ୍‌ରେ ରହିଥିଲେ। ଜାମିନ ପାଇଁ ବାରମ୍ବାର ଆବେଦନ କରି ସେ ନିରାଶ ହୋଇଥିଲେ। ଗତ ୩ ତାରିଖରେ ସୁପ୍ରିମକୋର୍ଟ ହାଁସଦାଙ୍କୁ ଜାମିନ ଦେଇଥିଲେ।

୨୦୧୪ ନିର୍ବାଚନରେ ହାଁସଦା ବିଜେଡି ଟିକେଟରୁ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଲଢ଼ିଥିଲେ। ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Comment