ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଦୀରେ ବୁଡି ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଚିଆ ଖଡ଼ଖାଇ ନଦୀରେ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକରୀ ଦଳ ପହଞ୍ଚି ପ୍ରାୟ ଏକ ଘଣ୍ଟା ଧରି ଖୋଜାଖୋଜା କରିବା ପରେ ମୃତଦେହ ଉଦ୍ଧାର ହୋଇଛି।

ସାନ ଭାଇ ନାନୁ (୧୦) ଓ ଭଉଣୀ ଗୁଜରାତି (୨୮) ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ନାନୁର ଗୋଡ଼ ଖସି ଯାଇଥିଲା। ଭାଇ ବୁଡ଼ି ଯାଉଥିବା ଦେଖି ଭଉଣୀ ନଦୀକୁ ଡେଇଁ ପଡ଼ିଥିଲା। ମାତ୍ର ସେ ଭାଇକୁ ବଞ୍ଚାଇ ପାରିଲେନି କି ନିଜେ ବଞ୍ଚି ପାରିଲେନି। ଉଭୟ ନଦୀରେ ବୁଡ଼ି ଯାଇଥିଲେ।

ପ୍ରାୟ ୪୦ ମିନିଟ୍‌ ପରେ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Comment