ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭବାନୀପାଟଣାର ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ ବିଜେଡିରେ ଯୋଗଦେଇଛନ୍ତି। ଶୁକ୍ରବାରଦିନ ବିଜେଡି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଦୁଷ୍ମନ୍ତ ବିଜେଡିରେ ମିଶିଛନ୍ତି।

ଗତ ଦୁଇଦିନ ତଳେ ଦୁଷ୍ମନ୍ତ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ୨୦୦୯ରେ ଦୁଷ୍ମନ୍ତ ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Comment