ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଳ୍ପପତି ମହିମା ମିଶ୍ରଙ୍କୁ ଦୁଇଟି ବୋମାମାଡ଼ ମାମଲାରେ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି। ପାରାଦୀପ ତାରିଣୀ ଗଡ଼ା ଏବଂ କଟକ ଖାନ୍‌ନଗର ବୋମାମାଡ଼ ମାମଲାରେ ଜାମିନ ମିଳିଛି। ୧ ଲକ୍ଷ ଟଙ୍କା  ଏବଂ ୨ ଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ମିଳିଛି। ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବା ପାଇଁ ଏହି ସର୍ତ୍ତରେ କୁହାଯାଇଛି।

ପୂର୍ବରୁ ମହିମା ମିଶ୍ରଙ୍କୁ ପାରାଦୀପ ସିୱେଜ କମ୍ପାନି ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଜାମିନ ମିଳିଥିଲା। ତେବେ ବୋମାମାଡ଼ ମାମଲାରେ ଜାମିନ ନମିଳିବାରୁ ମହିମା ଜେଲ୍‌ରୁ ମୁକୁଳି ନଥିଲେ। ଆଜି ବୋମାମାଡ଼ ମାମଲାରେ ଜାମିନ୍ ମିଳିଥିବାରୁ ମହିମା ମିଶ୍ର ଜେଲ୍‌ରୁ ମୁକୁଳିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

୨୦୧୬ ଡିସେମ୍ବର ୨୫ରେ ମହିମା ବ୍ୟାଙ୍କକ୍‌ରୁ ଗିରଫ ହୋଇଥିଲେ।

Comment