ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଆଧୁନିକ ଜୀବନଶୈଳୀ ଓ ବ୍ୟସ୍ତବହୁଳ ଦିନଚର୍ଯ୍ୟା କାରଣରୁ ଗାଁରେ ବାସ କରୁଥିବା ଲୋକଙ୍କ ଅପେକ୍ଷା ସହରରେ ବାସ କରୁଥିବା ଲୋକଙ୍କୁ ୩ଗୁଣା ଅଧିକ ହୃତଘାତଜନିତ ସମସ୍ୟା ଦେଖାଯାଉଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

ଜାଣନ୍ତୁ ହୃତଘାତ ସମସ୍ୟାରୁ ମୁକ୍ତି ପାଇବାର କିଛି ଟିପ୍ସ

  • ରକ୍ତଚାପ ନିୟନ୍ତ୍ରଣ ରଖନ୍ତୁ। ସପ୍ତାହକୁ ଅତିକମରେ ୮୦ମିନିଟ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତୁ।
  • ପେଟ ଚର୍ବି ନିୟନ୍ତ୍ରଣ କରନ୍ତୁ। ପ୍ରତିଦିନ ଅତିକମରେ ୩-୪କିମି ଚାଲନ୍ତୁ।
  • ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଗ୍ରହଣ କରନ୍ତୁ ନାହିଁ।
  • ସକାଳେ ସଠିକ୍ ସମୟରେ ଟିଫିନ କରନ୍ତୁ। ସଠିକ୍ ସମୟରେ ଖାଦ୍ୟ ଖାଉନଥିବା ବ୍ୟକ୍ତିବିଶେଷ ହାର୍ଟ ଆଟାକର ଶିକାର ହେବାର ସମ୍ଭାବନା ୨୭ ପ୍ରତିଶତ ଅଧିକ ହୋଇଥାଏ।
  • ଖାଦ୍ୟ ଖାଇବାର ତୁରନ୍ତ ପରେ ମିଠା ଜିନିଷ ଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ସ୍ତର ବହୁ ମାତ୍ରାରେ ବଢି ଯାଇଥାଏ। ଏହାଦ୍ଵାରା ପେଟ ବଢିଥାଏ, ଯାହାକି ହୃଦୟ ରୋଗ ହେବାର ସମ୍ଭାବନା ଅଧିକ ଥାଏ।
  • ଅଧିକ ରାଗ-ମସଲା ଜାତ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ବ୍ଲଡ ସର୍କୁଲେସନ ବଢି ଯାଇଥାଏ। ଏହାଦ୍ଵାରା ହାର୍ଟଆଟାକ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ।
  • ପ୍ରତିଦିନ ନିଜ ଡାଇଟରେ ହାଇଫ୍ୟାକ୍ଟ ମିଟ୍ ଯେପରିକି ମଟନ ଏବଂ ବିଫ୍ ଖାଇବା ଦ୍ଵାରା ଶରୀରରେ ଫ୍ୟାକ୍ଟ ଅଧିକ ମାତ୍ରାରେ ବୃଦ୍ଧି ପାଇଥାଏ। ଏହା ଶରୀରରେ କୋଲେଷ୍ଟ୍ରଲକୁ ବଢାଇ ଦେଇଥାଏ। ଯାହାଦ୍ଵାରା ହାର୍ଟ ଆଟାକ୍ ହେବାର ଆଶଙ୍କାକୁ ବଢାଇ ଦେଇଥାଏ।
  • ଛାତିରେ ଜଳାପୋଡା କିମ୍ବା ବଦହଜମି ହେଉଛି ତାହାଲେ ଏହା ମଧ୍ୟ ହୃଦଘାତର ଏକ ଲକ୍ଷଣ।
  • ନିଶ୍ୱାସ ନେବା ସମୟରେ କଷ୍ଟ ଅନୁଭବ ହେବା। ଅବା ନିଶ୍ୱାସ ନେଇସାରିବା ପରେ ମଧ୍ୟ ଆପଣଙ୍କୁ ନିଶ୍ୱାସର ପରିମାଣ କମ ଲାଗିବା ହୃଦଘାତର ଲକ୍ଷଣ।
  • ବାରମ୍ବାର ବାନ୍ତି କିମ୍ବା ପେଟର ଯନ୍ତ୍ରଣା ହୃଦଘାତର ଲକ୍ଷଣ।
  • ଶରୀରରୁ ଆବଶ୍ୟକଠାରୁ ଅଧିକ ଝାଳ ବୋହିଲେ ଏହା ହୃଦଘାତର ଲକ୍ଷଣ ହୋଇପାରେ।

Comment