ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି। ବିଶ୍ୱାସ ପରୀକ୍ଷାରେ ମୋଦି ସରକାର ପାସ୍ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଜଣ ସାଂସଦ ଭୋଟ ଦେଇଥିବା ବେଳେ ବିପକ୍ଷରେ ଦେଇଛନ୍ତି ୩୨୫ ଜଣ ସାଂସଦ। ଫଳରେ ମୋଦି ସରକାର ଲୋକସଭାରେ ବିଶ୍ୱାସ ଜିତିଛନ୍ତି। ମୋଟ ୪୫୧ ଜଣ ସାଂସଦ ଭୋଟିଂରେ ସାମିଲ୍ ହୋଇଥିଲେ।

୧୨ ଘଣ୍ଟା ଧରି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା। ଦିନ ତମାମ୍ ଏହି ଆଲୋଚନା ଚାଲିଥିବା ବେଳେ ବିରୋଧୀ ଏବଂ ଶାସକ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ କଥା କଟାକଟି ହୋଇଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦିଙ୍କୁ ଟାର୍ଗେଟ୍ କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାତି ୯ଟା୧୭ରେ ଲୋକସଭାରେ ନିଜର ବକ୍ତବ୍ୟ ରଖିଥିଲେ।

ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ଦେଇ ବିରୋଧୀଙ୍କୁ ଜବାବ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆସ୍ଥା ଭୋଟ ହୋଇଥିଲା। ଏହି ଭୋଟିଂରେ ୪୫୧ ଜଣ ସାଂସଦ ଭାଗ ନେଇଥିଲେ। ଶେଷରେ ମୋଦି ସରକାର ଆସ୍ଥା ଭୋଟରେ ଜିତିଛନ୍ତି। ବିରୋଧୀ ଟିଡିପି ଏବଂ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି।

ଆସ୍ଥା ଭୋଟରେ ଜିତିବା ପାଇଁ ୨୪୮ଟି ଭୋଟ ଦରକାର ପଡ଼ୁଥିଲା। ବିଜେଡି, ଶିବସେନା ଏବଂ ପପୁ ଯାଦବ ଗୃହରେ ଉପସ୍ଥିତ ନଥିବାରୁ ଏନଡିଏ ପାଖରେ ମ୍ୟାଜିକ୍ ନମ୍ବର ରହିଥିଲା। ଅଟୋମେଟିକ୍ ରେକର୍ଡିଂ ଜରିଆରେ ଭୋଟିଂ ହୋଇଥିଲା।

Comment