ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୟଦେବ ବିବାହାରରେ ଭାସିଗଲା କାର୍
  • ଜାଗମରା ଅଞ୍ଚଳରେ ଭାଙ୍ଗିଲା ପାଚେରୀ
  • ବିଏମ୍‌ସି ଗଠନ କଲା ସ୍ୱତନ୍ତ୍ର ସ୍କ୍ୱାଡ୍
  • ସ୍ମାର୍ଟସିଟିରେ ଘରେ ପସିଗଲା ପାଣି

ସ୍ମାର୍ଟସିଟି ଭୁବନେଶ୍ୱରରେ ବର୍ଷା ବିତ୍ପାତ। ବର୍ଷା ପାଣିରେ ବେହାଲ୍ ହୋଇଯାଇଛି ରାଜଧାନୀ। ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ପାଣି ହିଁ ପାଣି। ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ପଟିଆ, ସିଆର୍‌ପି, ଇସ୍କନ୍ ମନ୍ଦିର, ଶୈଳଶ୍ରୀ ବିହାର, ରସୁଲଗଡ଼, ପଳାଶୁଣି ଆଦି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଘର ଭିତରେ ବର୍ଷା ପଣି ପଶି ଯିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ରାସ୍ତାରେ ବର୍ଷା ପାଣି ଚାଲିବାରୁ ବନ୍ୟାର ଭ୍ରମ ସୃଷ୍ଟି କରିଛି। ଲେକେ ଅଣ୍ଟାଏ ପାଣିରେ ପସି ଯାତାୟତ କରୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ଜୋର୍‌ରେ ପାଣି ଚାଲିବାରୁ ଜୟଦେବ ବିହାର ଅଞ୍ଚଳରେ କାର୍ ଭାସିଯାଇଛି। ସେହିପରି ବହୁ ବାଇକ୍ ଏବଂ କାର୍ ମଧ୍ୟ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ଖଣ୍ଡଗିରି ଜାଗମରା ଅଞ୍ଚଳରେ ପାଚେରୀ ଭାଙ୍ଗି ଯାଇଛି।

ରାଜଧାନୀରେ ବର୍ଷା ବିତ୍ପାତକୁ ଦୃଷ୍ଟିରେ ରଖି ବିଏମ୍‌ସି ତତ୍ପରତା ପ୍ରକାଶ କରିଛି। ୪୦ ଇଞ୍ଜିନିୟର ଏବଂ ୧୩ ନୋଡାଲ ଅଫିସରଙ୍କୁ ନେଇ ସ୍ପେଶାଲ ସ୍କ୍ୱାଡ୍ ଗଠନ କରିଛି। ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରାଯାଇଛି। ପାଣି ନିଷ୍କାସନ କରିବା ପାଇଁ ୩୦ଟି ପମ୍ପ୍ ଏବଂ ୫ଟି ଜେସିବି ନିୟୋଜିତ କରାଯାଇଛି।

ଭୁବନେଶ୍ୱରରେ ୧୩୨ ଏମ୍‌ଏମ୍ ବର୍ଷା ରେକର୍ଡ କରାଯାଇଛି। ପାଣିଘେରରେ ରହୁଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେଇଛି ପ୍ରଶାସନ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି।

Comment