ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ାଯାତ୍ରା। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ପୁରୀରେ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଯେଉଁ ଶ୍ରଦ୍ଧାଳୁମାନେ ପୁରୀ ଆସି ନଥିବେ ସେମାନଙ୍କ ପାଖରେ ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପହଞ୍ଚିବ।

ସକାଳ ୭ଟା ୩୦ରୁ ଓଡ଼ିଶାଲାଇଭ୍‌ର ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଆରମ୍ଭ ହେବ।

Bahuda Yatraଦେଶବିଦେଶର ଦର୍ଶକମାନେ କମ୍ପ୍ୟୁଟର, ଲାପଟପ, ଟ୍ୟାବ୍‍ ଏବଂ ମୋବାଇଲ ଫୋନ ମାଧ୍ୟମରେ ଏହି ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିପାରିବେ। ଓଡ଼ିଶା ତଥା ବାହାରର ଦର୍ଶକମାନଙ୍କ ସୁବିଧା ପାଇଁ ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଏହି ସିଧାପ୍ରସାରଣର ଆୟୋଜନ କରାଯାଉଛି ବୋଲି ଓଡ଼ିଶାଲାଇଭ୍‍ ପକ୍ଷରୁ ସୂଚନା ଦିଆଯାଉଛି।

୨୩ ଜୁଲାଇ (ସୋମବାର) ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ଏହାର ସିଧାପ୍ରସାରଣ ଅପରାହ୍‌ଣ ୨ଟା ୩୦ ମିନିଟରୁ ଓଡ଼ିଶାଲାଇଭ୍‌ରେ ଆରମ୍ଭ ହେବ। ସେହିପରି ଅଧରନୀତି ବା ଅଧରପଣାର ଲାଇଭ୍‍ ପ୍ରସାରଣ ୨୪ ଜୁଲାଇ ମଙ୍ଗଳବାର ସନ୍ଧ୍ୟା ୫ଟାରୁ ହେବ।

ଚଳିତ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନିଳାଦ୍ରୀବିଜେ ଅବସରରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯାଇ ରତ୍ନ ସିଂହାସନରେ ବସିବେ। ଜୁଲାଇ ୨୫ ତାରିଖ ବୁଧବାର ଦିନ ଦେଶବିଦେଶରେ ଦର୍ଶକମାନେ ଓଡ଼ିଶାଲାଇଭ୍‌ ନ୍ୟୁଜ୍‍ ପୋର୍ଟାଲ ଓ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପୁରୀରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।

ଶ୍ରୀଗୁଣ୍ଡିଚା ଅବସରରେ ଚଳିତବର୍ଷ ୧୦ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭର ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ଏହା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛି।

Comment