ଓଡ଼ିଶାଲାଇଭ୍ ବ୍ୟୁରୋ

- ବୁଧବାର ରାତିରେ ହୋଇଥିଲା ଗୁଳିକାଣ୍ଡ
- ୪ ରାଉଣ୍ଡ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ
- ଗୁଳିମାଡ଼ରେ ବିଜେଡି କର୍ମୀ ଆହତ
ବରଗଡ଼ ଜିଲ୍ଲା ଭଟ୍ଲି ଗୁଳିକାଣ୍ଡ ଘଟଣାରେ ବିଜେପି ନେତା ଇରାଶିଷ ଆଚାର୍ଯ୍ୟଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ଇରାଶିଷ ହେଉଛନ୍ତି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ। ବୁଧବାର ରାତିରେ ଭଟ୍ଲିରେ ଗୁଳିକାଣ୍ଡ ହୋଇଥିଲା।
ଭଟ୍ଲି ବଜାରରେ ବୁଧବାର ରାତିରେ ଗୁଳିକାଣ୍ଡ ଘଟିଥିଲା। ଗୋଟିଏ ବାଇକ୍ରେ ଦୁଇ ଜଣ ଯୁବକ ଆସି ଅଚାନକ ସତ୍ୟ ନାରାୟଣ ଦାସଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚାଳନା କରିଥିଲେ। ସତ୍ୟନାରାୟଣଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲା। ଗୋଟିଏ ଗୁଳି ପେଟରେ ବାଜିଥିବା ବେଳେ ଆଉ ଗୋଟିଏ ଗୋଡ଼ରେ ବାଜିଥିଲା। ଫଳରେ ସେ ଗୁରୁତର ହୋଇଯାଇଥିଲେ। ତାଙ୍କୁ ବୁର୍ଲା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଆହତ ସତ୍ୟନାରାୟଣ ହେଉଛନ୍ତି ବିଜେଡି କର୍ମୀ। ଏହି ଗୁଳିକାଣ୍ଡରେ ବିଜେପିର ସଂପୃକ୍ତି ଥିବା ତାଙ୍କ ଭାଇ ସୋହେଲା ଥାନାରେ ଅଭିଯୋଗ କରିଥିଲେ। ଗୁଳିକାଣ୍ଡ ପ୍ରତିବାଦରେ ସ୍ଥାନୀୟ ଲୋକେ ବରଗଡ଼-ରାୟପୁର ଜାତୀୟ ରାଜପଥ ଅବରୋଧ କରିଥିଲେ।


















